ମୋଦିଙ୍କ ନେତୃତ୍ବରେ ସାରା ବିଶ୍ବରୁ ଆତଙ୍କବାଦକୁ ମୂଳପୋଛ କରାଯିବ : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 07, 2025 IST

ଭୁବନେଶ୍ୱର ୭।୫ଆତଙ୍କବାଦୀଙ୍କ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, କାଶ୍ମୀର ପହଲଗାମରେ ଯେଉଁଭଳି ନୀରିହ ଲୋକମାନଙ୍କୁ ବର୍ବୋରଚିତ ହତ୍ୟାକଲେ ତା ବିରୁଦ୍ଧରେ ଆମ ଜବାନ ଜବାବ ଦେଇଛନ୍ତି । ସ୍ଥଳ ଆକାଶ ଓ ନୌବାହିନୀ ଦ୍ବାରା ଅପରେସନ ସିନ୍ଦୂର କରାଯାଇଛି । ସାରା ବିଶ୍ବ ଆଜି ଜାଣିଲା ଭାରତର ଶକ୍ତି ଓ ପରାକାଷ୍ଠା ରହିଛି । ସିନ୍ଦୂର ଆମ ତ୍ୟାଗ ଆଉ ପରମ୍ପରାର ପ୍ରତୀକ । ଅପରେସନ୍ ସିନ୍ଦୂର ସଫଳ ହୋଇଛି । ମୋଦିଜୀଙ୍କ ନେତୃତ୍ବରେ ସାରା ବିଶ୍ବରୁ ଆତଙ୍କବାଦକୁ ମୂଳପୋଛ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା କରିଛି ‘ଅପରେସନ ସିନ୍ଦୂର’ । ଆତଙ୍କବାଦୀଙ୍କ ଆଡ୍ଡା ଉପରେ କରିଛି ମିଜାଇଲ୍ ମାଡ଼ । ପାକ୍ ଅଧିକୃତ କାଶ୍ମୀର (PoK)ର ୯ଟି ଆତଙ୍କୀ ଶିବିର ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ।


You Can Read:

ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ଋଷ ଦୂତାବାସରେ ସ୍ମାରକୀ ଫଳକ ଉନ୍ମୋଚିତ, ଯୋଗ ଦେଲେ ନବୀନ ପଟ୍ଟନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.