ଗଜାନନଙ୍କ ପୂଜା ପେଣ୍ଡାଲରେ ଫୁଲମାଳ ଭଳି ଗୁନ୍ଥା ଯାଇଛି ଟଙ୍କା, ଦେଖନ୍ତୁ ଏହାର ଚିତ୍ର

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ ୧୫।୦୯: ସେପ୍ଟେମ୍ବର ୭ରୁ ସାରା ଦେଶରେ ଚାଲିଛି ଗଜାନନଙ୍କ ପୂଜା । ସବୁ ପେଣ୍ଡାଲରେ ଭଳି କି ଭଳି ଯାକଜକମ । କିନ୍ତୁ ଏପରି ଏକ ପେଣ୍ଡାଲ ରହିଛି ଯେଉଁଠି ମାଳ ଫୁଲରେ ନୁହେଁ ବରଂ ଟଙ୍କାରେ ଗୁନ୍ଥା ଯାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । ଏହି  ପେଣ୍ଡାଲଟି ଉଜ୍ଜୈନ ସହରରେ ରହିଛି । 

ଏଠାରେ ଅନେକ ପେଣ୍ଡାଲ୍ ହୋଇଛି କିନ୍ତୁ ଉଜ୍ଜୈନର ପଟନୀ ବଜାରରେ ଲାଗିଥିବା ଗଣପତିଙ୍କ ପେଣ୍ଡାଲ୍ ବେଶ ନିଆରା । ଯାହା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପେଣ୍ଡାଲ୍କୁ ରତଲାମର ମା ଲକ୍ଷ୍ମୀଙ୍କ ମନ୍ଦିର ଶୈଳୀରେ ତିଆରି କରାଯାଇଛି । ପେଣ୍ଡାଲକୁ ୧୧ଲକ୍ଷ ଟଙ୍କା ନୋଟରେ ସଜାଯାଇଛି । 

ସରାଫା ୟୁଥ୍ ଫେଡେରେସନ୍ ସଦସ୍ୟ କହିଛନ୍ତି କି ପଟନୀ ବଜାରରେ ୧୧ବର୍ଷ ଧରି ଗଣପତିଙ୍କର ମୂର୍ତ୍ତି ସ୍ଥାପନା କରାଯାଉଛି । ପେଣ୍ଡାଲ୍କୁ ସ୍ୱତନ୍ତ୍ର କରିବା ପାଇଁ ଚଳିତବର୍ଷ ୧୦ଟଙ୍କା, ୨୦ ଟଙ୍କା, ୫୦ ଟଙ୍କା, ୧୦୦ ଟଙ୍କା ଏବଂ ୫୦୦ଟଙ୍କିଆ ନୋଟ୍ ସଜାଯାଇଛି । ୧୧ ଲକ୍ଷର ଏହି ନୋଟ୍‌କୁ ମାଳ ପରି ଗୁନ୍ଥା ଯାଇ ସଜା ଯାଇଛି । 

ପେଣ୍ଡାଲକୁ ସଜାଇଥିବା ଅକ୍ଷୟ ଚୌରାସିଆ କହିଛନ୍ତି କି ଏଥିପାଇଁ ସେ ୨୭ ଘଣ୍ଟା ପରିଶ୍ରମ କରିଛନ୍ତି । ପେଣ୍ଡାଲକୁ ସଜାଇବା ପାଇଁ ଲାଗିଥିଲା ୨୭ ଘଣ୍ଟାରୁ ଅଧିକ ସମୟ । ପେଣ୍ଡାଲ୍‌ରେ ସୁରକ୍ଷା ଏବଂ ଫାୟାର ସେଫ୍ଟି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପେଣ୍ଡାଲକୁ ସୁରକ୍ଷା ଦେବା ପାଇଁ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ ପେଣ୍ଡାଲ୍‌ରେ ୩୬ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.