ଜୟପୁର ୧୨/୧୧: ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଫେରିଲା ବେଳକୁ ଝାମ୍ପିନେଲେ ସୁନା ଚେନ । ମହିଳାଙ୍କ ବେକରୁ ୩ ତୋଳାର ସୁନା ଚେନ୍ ଲୁଟ୍ । ଜୟପୁର ଇରିଗେସନ କଲୋନୀର ମଙ୍ଗଳା ମନ୍ଦିର ନିକଟରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଛନ୍ତି ଲୁଟେରା । ଲୁଟ୍ର ଶିକାର ହୋଇଛନ୍ତି ବିଜୟ ଲକ୍ଷ୍ମୀ ରଥ । ସେ ମନ୍ଦିରରେ ଦର୍ଶନ ସାରି ଫେରୁଥିବାବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ନେଇଯାଇଥିଲେ । ଜଣକୁ କାବୁ କରି ପୋଲିସ ଜିମା ଦେଇଥିଲେ ସ୍ଥାନୀୟ ଲୋକେ । ଧରାପଡିଥିବା ଯୁବକ ଗୋପବନ୍ଧୁ ନଗରର ବୋଲି ଜଣାପଡିଛି । ତେବେ ଚେନ୍ ଧରି ଆଉ ଜଣେ ଫେରାର ହୋଇଯାଇଛି ।ପୋଲିସ ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଛି । ଦିନକୁ ଦିନ ସହରରେ ଲୁଟ୍ ଘଟଣା ବଢିଚାଲିଥିବାବେଳେ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ...