ନୂଆ ରେକର୍ଡ କଲା ସୁନା, ପ୍ରଥମ ଥର ୯୬ ହଜାର ପାର୍, ତାଳ ଦେଇ ବଢୁଛି ରୁପା ମୂଲ୍ୟ

Published By : Prameya-News7 Bureau | April 16, 2025 IST

internet

ନୂଆଦିଲ୍ଲୀ: ଯୁଦ୍ଧ, ଶୁଳ୍କ ଚାପ ଓ ଭୂ ରାଜନୈତିକ କାରଣରୁ ସୁନା ଦାମ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଝିରେ ମଝିରେ ଯଦିଓ ୨୦୦-୩୦୦ ଟଙ୍କା କମୁଛି, ହେଲେ ବଢିଲା ବେଳେ ଏକାଥରକେ ହଜାରେ ଦୁଇ ହଜାର ବଢ଼ି ଅଲ୍ ଟାଇମ୍ ହାଇରେ ପହଞ୍ଚୁଛି। ବୁଧବାର ୨୪ କ୍ୟାରେଟ ସୁନା ଦାମ୍‌ରେ ୧୩୮୭ ଟଙ୍କା ବୃଦ୍ଧି ପାଇ ରେକର୍ଡ କରିଛି। ୨୨ କ୍ୟାରେଟ୍ ସୁନା ଦାମ ୯୦ ହଜାର ପାଖାପାଖି ପହଞ୍ଚି ଥିବା ବେଳେ ୨୪ କ୍ୟାରେଟ ସୁନା ଲକ୍ଷେ ପାର୍ ହେବାକୁ ବସିଛି। ପଢନ୍ତୁ ରିପୋର୍ଟ..


ହୁହୁ ହୋଇ ବଢ଼ୁଛି ସୁନା ଦାମ। ରାତିଏ ହାତିଏ ବଢ଼ୁଛି ଦର। ଦାମ ଏତେ ହେଲାଣି ଯେ କିଣିବାକୁ ଲାଗୁଛି ଡର। ୧୬ ଏପ୍ରିଲରେ ସୁନା ମୂଲ୍ୟ ସର୍ବକାଳୀନ ଉଚ୍ଚା ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ବୁଧବାର ୨୪ କ୍ୟାରେଟ୍ ସୁନାରେ ୧,୩୮୭ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୯୪,୪୮୯ ଟଙ୍କା ହୋଇଛି। ଏହା ପୂର୍ବରୁ IBJAରେ ଏହାର ମୂଲ୍ୟ  ୯୩,୧୦୨ ଟଙ୍କା ଥିଲା। 

ପଢିବା- ଥମୁନି ଶୁଳ୍କ ଯୁଦ୍ଧ: ଚୀନ ଉପରେ ୨୪୫ ପ୍ରତିଶତ ଶୁଳ୍କ ଲଗାଇଲା ଆମେରିକା, ଚୀନ କହିଲା ଲଢ଼ିବାକୁ ଡରୁନା

ଭୁବନେଶ୍ୱରରେ ବୁଧବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦାମ ୯୬ ହଜାର ୧୭୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ଏହା ୯୫ ହଜାର ୧୮୦ ଟଙ୍କା ରହିଥିଲା। ସେହିଭଳି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୮୮ ହଜାର ୧୫୦ ଟଙ୍କା ହୋଇଥିବା ବେଳେ  ମଙ୍ଗଳବାର ଏହା ୮୭ ହଜାର ୨୫୦ ଟଙ୍କା ଥିଲା। 
କେବଳ ସୁନା ନୁହେଁ ରୁପା ମୂଲ୍ୟ ମଧ୍ୟ ତାଳ ଦେଇ ବଢ଼ିବାରେ ଲାଗିଛି। କେଜି ବର୍ତ୍ତମାନ ଏକ ଲକ୍ଷ ଛୁଇଁବ ଛୁଇଁବ ହେଉଛି। ବୁଧବାର ରୁପା ଦାମ୍‌ରେ ୩୭୩ ଟଙ୍କା ବୃଦ୍ଧି ହୋଇଛି। ଫଳରେ ବୁଧବାର ସୁଧା ରୁପା କେଜି ୯୫,୪୦୩ ଟଙ୍କାରେ ପହଞ୍ଚିଛି।

ଆମେରିକା ଶୁଳ୍କ ବୃଦ୍ଧି, ରପ୍ତାନୀ ଶୁଙ୍ଖଳ ବାଧାପ୍ରାପ୍ତ ସହିତ ଚାହିଦା ବୃଦ୍ଧି ଯୋଗୁ ସୁନା ଓ ରୁପା ଦାମ୍ ବଢିବାରେ ଲାଗିଛି। ବର୍ଷ ଶେଷ ପର୍ଯ୍ୟନ୍ତ ସୁନା ଦାମ ଏକ ଲକ୍ଷ ପାର୍ କରିପାରେ ବୋଲି କୁହାଯାଉଛି। IBJA ଡାଟା ଅନୁସାରେ, ଚଳିତ ବର୍ଷ, ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୧୮,୩୨୭ ଟଙ୍କା ବୃଦ୍ଧି ପାଇଲାଣି। ଜାନୁଆରୀ ୧ ତାରିଖରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୭୬,୧୭୨ ଟଙ୍କା ଥିଲା। ହେଲେ ଏପ୍ରିଲ ୧୬ ସୁଦ୍ଧା ସୁନା ୯୫,୪୦୩ ଟଙ୍କା ହୋଇଛି। ସେହିପରି ରୂପା ମଧ୍ୟ ସମାନ ଅବଧିରେ ୯,୩୮୬ ଟଙ୍କା ବୃଦ୍ଧି ପାଇଛି। ରୁପା କିଲୋଗ୍ରାମ ୮୬,୦୧୭ ଟଙ୍କାରୁ ବଢ଼ି ୯୫,୪୦୩ ଟଙ୍କା ହୋଇଛି। ସେହି ସମୟରେ, ଗତ ବର୍ଷ ଅର୍ଥାତ୍ ୨୦୨୪ ମସିହାରେ, ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।

ପଢନ୍ତୁ- ଶେୟାର ବଜାରର ହାଇ ଜମ୍ପ:ଏକା ଥରକେ ଅସୁଲ ହେଲା ସବୁ କ୍ଷତି, ମାର୍କେଟ୍ ବୃଦ୍ଧିର ୫ ବଡ଼ କାରଣ

ଭୁବନେଶ୍ୱର ସମେତ ୪ ମହାନଗରୀରେ ସୁନା ମୂଲ୍ୟ

ଦିଲ୍ଲୀ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮,୩୦୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୬,୩୨୦ ଟଙ୍କା।

ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୮,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୫,୧୮୦ ଟଙ୍କା।

କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୮,୧୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୬,୧୭୦ ଟଙ୍କା।

ଚେନ୍ନାଇ: ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮,୧୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୬,୧୭୦ ଟଙ୍କା।
ଭୁବନେଶ୍ୱର:୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮,୧୫୦ ଟଙ୍କା ଏବଂ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୯୬,୧୭୦ ଟଙ୍କା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.