ବେଙ୍ଗାଲୁରୁ ୧୮।୪: ଆପଣ ଭାବି ପାରୁଛନ୍ତି ୧୭ ମାସର ଶିଶୁ କୋଟି କୋଟି ଟଙ୍କା ଆୟ କରିପାରୁଥିବ? ହଁ ଦେଶର ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ୧୭ ମାସର ନାତି ଏକାଗ୍ର ରୋହନ ମୂର୍ତ୍ତି ଏ ପର୍ଯ୍ୟନ୍ତ କମ୍ପାନୀରୁ ୧୦.୬୫ କୋଟି ଟଙ୍କାର ଡେଭିଡେଣ୍ଟ ଆୟ କରିସାରିଲେଣି। ନିକଟରେ ଆଇଟି କମ୍ପାନୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ସେୟାର ପିଛା ୨୨ ଟଙ୍କା ଫାଇନାଲ ଡେଭିଡେଣ୍ଟ ଘୋଷଣା କରିଛି। ଏହି କାରଣରୁ ମୂର୍ତ୍ତିଙ୍କ ନାତିକୁ ୩.୩କୋଟି ଟଙ୍କା ମିଳିବ।
ଆଇଟି କମ୍ପାନୀ ପ୍ରତି ସେୟାର ୨୨ ଟଙ୍କା ଡେଭିଡେଣ୍ଟ ଘୋଷଣା କରିଛି। ଏଥିରେ ମୂର୍ତ୍ତିଙ୍କ ନାତିଙ୍କ ନିକଟରେ ୧୫ଲକ୍ଷ ସେୟାର ରହିଛି, ଯାହା ମୋଟ ଭାଗିଦାରୀର ୦.୦୪%। ଡେଭିଡେଣ୍ଟ ପାଇବା ପାଇଁ କମ୍ପାନୀ ଏହାର ରେକର୍ଡ ଡେଟ୍ ମେ ୩୦ ତାରିଖକୁ ଧାର୍ଯ୍ୟ କରିଛି ଓ ପେମେଣ୍ଟ ତାରିଖ ଜୁନ୩୦ ତାରିଖ ଧାର୍ଯ୍ୟ ହୋଇଛି। ଇନଫୋସିସ୍ କୋ ଫାଉଣ୍ଡର ନାରାୟଣ ମୂର୍ତ୍ତିଙ୍କ ନାତିଙ୍କୁ ଏହ ଏହାପୂର୍ବରୁ ଏ ବର୍ଷ ୩ ଥରରେ ମୋଟ ୭.୩୫ କୋଟି ଟଙ୍କା ଇଣ୍ଟେରିମ ଡେଭିଡେଣ୍ଟ ମିଳିଛି।
ଏବେ ଫାଇନାଲ ଡେଭିଡେଣ୍ଟ ସହିତ ଏକାଗ୍ର ରୋହନ ମୂର୍ତ୍ତିଙ୍କ ମୋଟ ଆୟ ୧୦.୬୫କୋଟି ଟଙ୍କା ହୋଇଯିବ। କେବଳ ଏତିକି ନୁହେଁ, ସେ ୧ବର୍ଷ ୫ ମାସ ବୟସରେ ଭାରତର ସବୁଠୁ କମ ବୟଷ୍କ କୋଟିପତିଙ୍କ ମଧ୍ୟରେ ଜଣେ। ଉଲ୍ଲେଖଯୋଗ୍ୟ ଯେ ୨୦୨୪ ମସିହାରେ ନାରାୟଣ ମୂର୍ତ୍ତି ତାଙ୍କ ନାତିଙ୍କୁ କମ୍ପାନୀର ୧୫ଲକ୍ଷ ସେୟାର ଗିଫ୍ଟ କରିଥିଲେ। ସେ ସମୟରେ ଏହି ସେୟାରଗୁଡିକର ବଜାର ମୂଲ୍ୟ ୨୪୦ କୋଟିରୁ ଅଧିକ ଥିଲା। ସେ ସମୟରେ ନଭେମ୍ବର ୨୦୨୩ରେ ଜନ୍ମ ହୋଇଥିବା ଏକାଗ୍ର ୪ ମାସର ହୋଇଥିଲେ। କମ୍ପାନୀ ମାର୍ଚ୍ଚ କ୍ୱାର୍ଟରରେ ୪୦,୯୨୫କୋଟି ଟଙ୍କା ରାଜସ୍ୱର ରିପୋର୍ଟ କରିଥିଲା, ଯାହା ପିଛିଲା ତ୍ରୈମାସିକଠାରୁ ୨%କମ୍ ଥିଲା।