ଡିପ୍‌ଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ, ଡିଜିଟାଲ ଇଣ୍ଡିଆ ବିଲ୍ ଆଣିବେ ମୋଦୀ ସରକାର

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ମୋଦୀ ସରକାର ୩.୦ ଆଗାମୀ ଲୋକସଭା ଅଧିବେଶନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ଜରିଆରେ ପ୍ରସ୍ତୁତ କରାଯାଉଥିବା ଡିପଫେକ୍ ଭିଡିଓ ଏବଂ ଫଟୋ ଉପରେ ନଜର ରଖିବା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ଆଣିବେ । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ସରକାରଙ୍କ ପକ୍ଷରୁ ଅଣାଯିବାକୁ ଥିବା ଏହି ବିଲ୍‌ରେ ଏଆଇକୁ ଭଲ ମାର୍ଗରେ ବ୍ୟବହାର କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରୟାସ କରିବେ । ଆଗାମୀ ଲୋକସଭା ଅଧିବେଶନରେ ଡିପଫେକ୍ ବ୍ୟତୀତ, ୟୁଟ୍ୟୁବ୍, ଫେସବୁକ୍ ଏବଂ ଅନ୍ୟ ଭିଡିଓ ପ୍ଲାଟଫର୍ମକୁ ନିୟନ୍ତ୍ରିତ କରିବା ପାଇଁ ଆଇନ ଅଣାଯାଇପାରେ ।

ଲୋକସଭାର ପରବର୍ତ୍ତୀ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ଯାଏ ଚାଲିବ । ଏହାପରେ ଜୁଲାଇ ୨୨ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବ ଯାହା ଅଗଷ୍ଟ ୯ ଯାଏ ଚାଲିବ । ଚଳିତ ବର୍ଷ ଆରମ୍ଭରେ ତତ୍କାଳୀନ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ବିଲ୍ ଉପରେ ସଂକେତ ଦେଇଥିଲେ । ସେତେବେଳେ ସେ କହିଥିଲେ ଯେ ଏହି ଆଇନକୁ ନୂଆ ସରକାର ଦ୍ୱାରା ଲାଗୁ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଡିପଫେକ୍ ଟେକ୍ନୋଲଜିକୁ ନେଇ କିଛି ସମୟ ଧରି ଲଗାତାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ମିଛ ଏବଂ ବିଭ୍ରାନ୍ତିକର କଣ୍ଟେଣ୍ଟ ଏବଂ ଲୋକଙ୍କୁ ଗୋପନୀୟତା ଭଙ୍ଗ କରୁଥିବା ଏହି ଟେକ୍ନୋଲଜି ଲଗାତାର ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ମଧ୍ୟ ଡିପଫେକକୁ ନେଇ ନିଜ ଚିନ୍ତା ପ୍ରକାଶ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.