'୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖ': ସରକାରଙ୍କୁ କଂଗ୍ରେସର ଅପିଲ୍‌

Published By : Prameya-News7 Bureau | June 22, 2024 IST

India Today

ନୂଆଦିଲ୍ଲୀ: ୩ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବା ଉଚିତ। ଯାହା ଦ୍ୱାରା ଗୃହ ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ୱାରା ଏହି ତିନୋଟି ଆଇନର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇପାରିବ। ଏନେଇ ଦାବି କରିଛି କଂଗ୍ରେସ।

ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଏହି ଅନୁରୋଧ କରିଛନ୍ତି ଯେଉଁ ସମୟରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଭାରତୀୟ ଦଣ୍ଡ ସଂହିତା, ଦଣ୍ଡ ପ୍ରକ୍ରିୟା ସଂହିତା ଏବଂ ସାକ୍ଷ୍ୟ ଅଧିନିୟମକୁ ହଟାଯାଇ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ପ୍ରମାଣ ଆଇନ ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ।

ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି ଏହି ତିନୋଟି ବିଲ୍ ସଠିକ୍ ବିତର୍କ ଏବଂ ଆଲୋଚନା ବିନା ସଂସଦରେ ଦ୍ୱାରା ପାରିତ ହେଲା। ଯେତେବେଳେ ଏହି ବିଲ୍ ପାରିତ ହେଲା ସେତେବେଳେ ୧୪୬ ସାଂସଦ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିଲେ। 

ସେ କହିଛନ୍ତି, 'ଆଇନଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ କରାଯିବା ଉଚିତ। ଜୁଲାଇ ୨୦୨୪ରୁ ତିନୋଟି ନୂଆ ନିୟମ କାର୍ଯ୍ୟକାରୀ ହେବ। ଏହି ତିନୋଟି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବାକୁ କଂଗ୍ରେସ ସ୍ପଷ୍ଟ ମତ ରଖିଛି।

ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ଦ୍ୱାରା ଏହି ତିନୋଟି ନିୟମ ପୁଙ୍ଖାନୁପୁଙ୍ଖ ସମୀକ୍ଷା ଏବଂ ପୁନଃ ଯାଞ୍ଚ କରାଯାଇପାରିବ। ଏହି ତିନୋଟି ଆଇନ ସମ୍ବନ୍ଧରେ ଗୁରୁତର ଚିନ୍ତା କରୁଥିବା ସେହି ସମସ୍ତ ଆଇନ ବିଶେଷଜ୍ଞ ଏବଂ ସଂଗଠନ ସହ କମିଟି ବ୍ୟାପକ ଆଲୋଚନା କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.