ଫ୍ଲିପ୍-କଟ୍‌ର ବିବାଦୀୟ ବିଜ୍ଞାପନ; ସ୍ବାମୀମାନଙ୍କୁ ‘ଆଳସୁଆ ଏବଂ ବୋକା’ କହି କ୍ଷମା ମାଗିଲା କମ୍ପାନି

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନି ଫ୍ଲିପ୍-କଟ୍ ଏବେ ବିଗ୍-ବିଲିୟନ ସେଲ୍ ଜାରି ରହିଛି । କମ୍ପାନି ଅଫର ଉପରେ ଅଫର ବର୍ଷା କରୁଛି । ବିଗ୍-ବିଲିୟନ ସେଲ୍ ପାଇଁ ଜୋରଦାର ପ୍ରଚାର ମଧ୍ୟ ଚାଲିଛି ଏବଂ ଅନଲାଇନରେ ମଧ୍ୟ ବିଜ୍ଞାପନକୁ ସେୟାର କରାଯାଉଛି । ଏହାରି ଭିତରେ ଫ୍ଲିପ୍-କଟ୍‌ର ଏକ ବିଜ୍ଞାପନକୁ ନେଇ ବିବାଦ ଦେଖା ଦେଇଛି । ଏହି ଭିଡିଓରେ ମହିଳାଙ୍କ ସପିଂ ସାମଗ୍ରୀ ତଥା ହ୍ୟାଣ୍ଡ ବ୍ୟାଗ କିଣିବାକୁ କୁହାଯିବା ସହିତ ଏହାକୁ ଘରେ ଲୁଚାଇ ରଖିବାକୁ ମଧ୍ୟ ପ୍ଲାନ୍ କୁହାଯାଇଛି । ଏଥିରେ ମହିଳାମାନଙ୍କ ସ୍ବାମୀଙ୍କୁ ‘ବୋକା’ ଏବଂ ଅଳସୁଆ କୁହାଯାଇଛି । ସ୍ବାମୀ ମାନଙ୍କୁ ନଜଣାଇ ଫ୍ଲିପ୍-କଟରୁ ସାମଗ୍ରୀ କିଣି କିପରି ଘରେ ଲୁଚାଇ ରଖିବେ ସେ ବୁଦ୍ଧି ମଧ୍ୟ ଦିଆଯାଇଛି ।

ଫ୍ଲିପ୍-କଟ୍‌ର ଏହି ବିଜ୍ଞାପନ ଭିଡିଓ କେବଳ ପୁରୁଷ ମାନଙ୍କୁ ଲଜ୍ଜିତ କରିନାହିଁ ବରଂ ସେମାନଙ୍କୁ ଭାବନାକୁ କୁଠାରଘାତ କରିଛି। । ଯାହାକୁ ନେଇ ମହିଳାମାନେ ମଧ୍ୟ କମ୍ପାନିକୁ ସମାଲୋଚନା କରିଛନ୍ତି । ଏହି ଭିଡିଓ ସୋଲିଆଲ୍ ମିଡିଆର ଭାଇରାଲ୍ ହେବା ପରେ କମ୍ପାନି କର୍ତ୍ତୃପକ୍ଷ କ୍ଷମା ପ୍ରର୍ଥନା କରିବା ସହିତ ଭୁଲ୍ ବସତଃ ଭିଡିଓ ଅପ୍‌ଲୋଡ ହୋଇଛି ବୋଲି କୁହାଯାଇଛି ।   

ଏହି ବିଜ୍ଞାପନ ବିବାଦ ଉଠିବା ପରେ ଫ୍ଲିପ୍-କଟ୍ କମ୍ପାନି ଏହି ଭିଡିଓ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ ଫର୍ମରୁ ହଟାଇ ଦିଆଯାଇଛି । ମାତ୍ର ଏକ୍ସ ୟୁଜର୍ସ ଏହାକୁ ଏବେବି ସେୟାର କରୁଛନ୍ତି । ଯାହା ଭାଇରାଲ୍ ହେବାରେ ଲାଗିଛି । ଆଡ୍ ଭିଡିଓ ଏକ ଦମ୍ପତ୍ତି ଦେଖିବାକୁ ମିଳିଛି । ଯେଉଁଥିରେ ମହିଳାଙ୍କୁ ପ୍ଲାନ୍ ଦିଆଯାଇଛି ଯେ, ନିଜ ସ୍ବାମୀଙ୍କୁ ନଜଣାଇ ଇ-କମର୍ସ ପ୍ଲାଟ୍‌ଫର୍ମରୁ ହ୍ୟାଣ୍ଡ ବ୍ୟାଗ ଅର୍ଡର କରି ପାରିବେ ଏବଂ ଏହାକୁ ଘରେ ମଧ୍ୟ ଷ୍ଟୋର କରିପାରିବେ । ଏହି ବିଜ୍ଞାପନ ପାଇଁ କମ୍ପାନି କର୍ତ୍ତୃପକ୍ଷରୁ ସମାଲୋଚିତ ହେବାକୁ ପଡ଼ିଛି । ଏନସିଏମ ଇଣ୍ଡିଆ ଫର୍ ମେନ୍ ଆଫେୟର୍ସ ଏକ୍ସରେ ଏହି ଭିଡିଓ କୁ ପୋଷ୍ଟ କରିଛି ଏବଂ ଏହି ବିଜ୍ଞାପନକୁ ଟକ୍ସକ୍ ଏବଂ ଭ୍ରମାତ୍ମକ କହିଛି ।..

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.