ଲେବାନନରେ ଇସ୍ରାଏଲର ଘନ ଘନ ଏୟାର ଷ୍ଟ୍ରାଇକ୍; ହିଜବୁଲ୍ଲା ମିସାଇଲ୍ ୟୁନିଟ୍ କମାଣ୍ଡର ନିହତ

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ ଓ ହିଜବଲ୍ଲା ଆତଙ୍କୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଶୁକ୍ରବାର ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବକ୍ତବ୍ୟ ପରେ ଲେବାନନ ଉପରେ ହମଲା ଆହୁରି ଜୋରଦାର କରିଛି ଆଇଡିଏଫ । ହିଜବୁଲ୍ଲା ଆତଙ୍କୀ ସଂଗଠନର ଠିକଣାରେ ଘନଘନ ବୋମା ବର୍ଷା ହୋଇଛି । ଏଥିରେ ହିଜବୁଲ୍ଲା ମିସାଇଲ୍ ୟୁନିଟର ଟପ୍ କମାଣ୍ଡର ମହମ୍ମଦ ଅଲ୍ଲୀ ଇସ୍ମାଇଲ୍ ଏବଂ ଡେପୁଟି ଟପ୍ କମାଣ୍ଡର ହୁସେନ ଅହମ୍ମଦ ଇସ୍ମାଇଲ ନିହତ ହୋଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ନେଇ ସୂଚନା ଦେଇଛି ।  ମହମ୍ମଦ ଅଲ୍ଲୀ ଇସ୍ମାଇଲ୍ ରକେଟ୍ ଲଞ୍ଚର ଏବଂ ଭୂପୃଷ୍ଠରୁ ଭୂ-ପୃଷ୍ଠକୁ ମିସାଇଲ୍ ଆକ୍ରମଣର ହେଡ୍ ଥିଲା । ତା’ ଅନୁମତିରେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରାଯାଉଥିଲା । 

ଏହି ହମଲାରେ ହିଜବୁଲ୍ଲାର ମିସାଇଲ୍ ଏବଂ ରକେଟ୍ ଫୋର୍ସର ପ୍ରମୁଖ ଇବ୍ରାହିମ୍ ମୁହମ୍ମଦ କବାସୀର ମଧ୍ୟ ମୃତ୍ୟୁ ହୋଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଶନିବାର ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଦକ୍ଷିଣ ଲେବାନନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମିସାଇଲ୍ ୟୁନିଟ୍ କମାଣ୍ଡର ମହମ୍ମଦ ଅଲ୍ଲୀ ଇସ୍ମାଇଲ୍ ଏବଂ ଡେପୁଟି ଟପ୍ କମାଣ୍ଡର ହୁସେନ ଅହମ୍ମଦ ଇସ୍ମାଇଲର ମୃତ୍ୟୁ ହୋଇଛି । ଅଲ୍ଲି ଇସ୍ମାଇଲ ଇସ୍ରାଏଲରେ ଅନେକ ଆତଙ୍କବାଦୀ ହମଲା କରାଇଥିଲା ।  ଯେଉଁଥିରେ  ଇସ୍ରାଏଲ କ୍ଷେତ୍ରରେ ରକେଟ୍ ମାଡ଼ କରିବା  ଏବଂ ବୁଧବାର ମଧ୍ୟ-ଇସ୍ରାଏଲରେ ହୋଇଥିବା ମିସାଇଲ୍ ଆଟାକ୍ ସାମିଲ୍ ରହିଛି। 

ଇସ୍ରାଏଲ ସେନା ଲେବାନନ ରାଜଧାନୀ ବିରୁଟରେ ଏୟାର ଷ୍ଟ୍ରାଇକ୍ କରି ହିଜବୁଲ୍ଲା ଆତଙ୍କୀ ସଂଗଠନ ବେସ୍ କ୍ୟାମ୍ପକୁ ଧ୍ବଂସ କରିଦେଇଛି । ହିଜବୁଲ୍ଲାର ହେଡ୍ କ୍ବାର୍ଟରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛି ଇସ୍ରାଏଲ ଏୟାର ଫୋର୍ସ ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.