କାଶ୍ମୀରକୁ ନେଇ ପୁଣି ବିଷ ଓଗାଳିଲା ପାକିସ୍ତାନ; ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଫିଲିସ୍ତିନୀ ସହ କଲା ତୁଳନା

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ଜାତିସଂଘ ମହାସଭା କାଶ୍ମୀରକୁ ନେଇ ପୁଣି ବିଷ ବର୍ଷା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଶାନ୍ତିର ବର୍ତ୍ତା ଦେଇଛି । ସୁଯୋଗ ପାଇବା ମାତ୍ରେ ଜାତିସଂଘରେ ମିଛ ଓଗାଳିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ ।   

ଶୁକ୍ରବାର ଜାତିସଂଘ ମହାସଭାକୁ ସମ୍ବୋଧିତ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଏହି ସମୟରେ ସେ ପୁଣି ଥରେ କାଶ୍ମୀର ପ୍ରସଂଗ ଉଠାଇଥିଲେ । ନିଜ ଦେଶର ଅର୍ଥିନୈତିକ ମାନ୍ଦାବସ୍ଥା ଏବଂ ଅନ୍ୟାନ୍ୟ ପ୍ରସଂଗ ଥିଲେ ମଧ୍ୟ ସେ କାଶ୍ମୀରକୁ ଫିଲିସ୍ତିନୀ ସହିତ ତୁଳନା କରିଛନ୍ତି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶର ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫ୍ କାଶ୍ମୀରରେ ଶାନ୍ତି ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି । ଯାହା ହାସ୍ୟାସ୍ପଦ । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ପୁଣି ଥରେ ଲାଗୁ କରିବା ଆବଶ୍ୟକ ବୋଲି ସେ ଜାତିସଂଘର ମହାସଭାରେ କହିଛନ୍ତି । ଜମ୍ମୁ-କାଶ୍ମୀର ପ୍ରଂସଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନାରେ ଭାରତକୁ ସାମିଲ୍ ହେବା ଦାରକାର ବୋଲି କହିଛନ୍ତି । ଭାରତ କାଶ୍ମୀରରେ ଏକତରଫା ମନମାନୀ ଚଳାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ମିଛ ଅଭିଯୋଗ ଆଣିଛନ୍ତି ।

ସେ ଜାତିସଂଘ ମହାସଭାରେ କହିଛନ୍ତି, ଫିଲିସ୍ତିନୀ ଲୋକଙ୍କ ଭଳି ଜମ୍ମୁ-କାଶ୍ମୀରରେ ଲୋକମାନେ ନିଜ ସ୍ବାଧୀନତା ଏବଂ ଆତ୍ମନିର୍ମାଣର ଅଧିକାର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିଆସୁଛନ୍ତି । ଶାନ୍ତିରେ ଦିଗରେ ଆଗକୁ ବଢ଼ିବା ବଦଳରେ ଭାରତ ଜମ୍ମୁ-କାଶ୍ମୀରରେ ସୁରକ୍ଷା ପରିଷଦର ପ୍ରସ୍ତାବକୁ ଲାଗୁକରିବାକୁ ବଦଳରେ ପଛକୁ ହଟୁଛି ବୋଲି ମିଛ ଅଭିଯୋଗ ପାକିସ୍ତାନ ପ୍ରାଧାନମନ୍ତ୍ରୀ ଲଗାଇଛନ୍ତି । ଏହାଛଡ଼ା ଶହବାଜ୍ ଶରିଫ୍ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଭାରତ ସରକାର କ୍ଷମତା ଠାରୁ ଅଧିକ ସୈନ୍ୟ ବିସ୍ତାର କରିଛନ୍ତି । ଯାହାକୁ ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀରକୁ ନେଇ ଏଭଳି ମିଛ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରତ ପକ୍ଷରୁ ଜାତିସଂଘ ମହାସଭାରେ ଉପସ୍ଥିତ ଥିବା ପ୍ରତିନିଧି ।  ଭାରତୀୟ ରାଜନୈତିକଜ୍ଞ ଭାବିକା ମଙ୍ଗଳନନ୍ଦ ପାକିସ୍ତାନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ସାରା ବିଶ୍ବ ଜାଣିଛି ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳି କେଉଁଠି । ଆତଙ୍କୀ ଆଶ୍ରୟ ଦେଉଥିବା ଦେଶ କାଶ୍ମୀରକୁ ଫିଲିସ୍ତିନୀ ସହିତ ତୁଳନା କରୁବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.