ସ୍ୱର୍ଣ୍ଣ ମନ୍ଦିର ପରିସରରେ ଯୋଗମୁଦ୍ରାକୁ ନେଇ ବିବାଦ, କ୍ଷମା ମାଗିଲେ ମହିଳା

Published By : Prameya-News7 Bureau | June 22, 2024 IST

India Today

ନୂଆଦିଲ୍ଲୀ: ଜୁନ ୨୧ରେ ଦେଶବ୍ୟାପୀ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗାସନ କରିଥିଲେ। ସେପଟେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଜଣେ ମହିଳା ଯୋଗାସନକୁ ନେଇ ଥାନାରେ ଏତଲା ଦିଆଯାଇଛି। ଶିରୋମଣି ଗୁରୁଦ୍ୱାର ପରବନ୍ଧକ କମିଟି (SGPC) ପକ୍ଷରୁ ଥାନାରେ ଅଭିଯୋଗ କରିଛି। ସେହିପରି ଦ୍ୱାୟିତ୍ୱରେ ଅବହେଳା ପାଇଁ ୩ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ସହ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଜୋରିମାନା କରାଯାଇଛି। 

ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅର୍ଚ୍ଚନା ମକଓ୍ୱାନା ନାମକ ଜଣେ ମହିଳା ଯୋଗଗୁରୁ ଏଠାକୁ ଆସିଥିଲେ। ବିଭିନ୍ନ ଯୋଗମୁଦ୍ରା ସହ ତାଙ୍କୁ ଆଓ୍ୱାର୍ଡ ମଧ୍ୟ ଦିଆଯାଇଥିଲା। 

ଏହା ପରେ ମକୱାନା ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ, ଯାହାକି ଗୁରୁଦ୍ୱାର ପ୍ୟାନେଲକୁ ଚକିତ କରିଥିଲା। ଶିଖଙ୍କ ଭାବନା ଏବଂ ସମ୍ମାନକୁ ଆଘାତ ଦେଇଥିବାରୁ ମହିଳାଙ୍କ ବିରୋଧରେ SGPC ଅଭିଯୋଗ କରିଛି।

SGPC ସଭାପତି ହରିନ୍ଦର ସିଂ ଧାମି କହିଛନ୍ତି ଯେ ମହିଳା ଯୋଗ ପ୍ରଦର୍ଶନ କରିଥିଲେ ଏବଂ କ୍ଷମା ନକରି ସ୍ୱର୍ଣ୍ଣ ମନ୍ଦିର ଛାଡିଥିଲେ। ଧାମି କହିଛନ୍ତି ଯେ କିଛି ଲୋକ ଜାଣିଶୁଣି ପବିତ୍ର ସ୍ଥାନର ପବିତ୍ରତା ଏବଂ ଐତିହାସିକ ଗୁରୁତ୍ୱକୁ ଅଣଦେଖା କରନ୍ତି ଏବଂ ଘୃଣ୍ୟ କାର୍ଯ୍ୟ କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ଏପରି କାର୍ଯ୍ୟ କରିବା ଉଚିତ ନୁହେଁ ଯାହା ପରେ ସେମାନଙ୍କୁ କ୍ଷମା ମାଗିବାକୁ ପଡିବ।

ବିବାଦ ମଧ୍ୟରେ ମକୱାନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ଏବଂ ଭିଡିଓ ହଟାଇ ଦେଇଛନ୍ତି। ଶନିବାର ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ମକୱାନା ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗି କହିଛନ୍ତି ଯେ ସେ କାହାର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.