ମୁମ୍ବାଇ: ମଣିପୁରରେ ଅସମ୍ଭାଳ ହିଂସା । ଉଗ୍ରବାଦୀମାନେ ମୁଖ୍ୟମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପୁତୁରାଙ୍କ ସହିତ ୬ ବିଧାୟକଙ୍କ ଘର ଜାଳିଦେଇଛନ୍ତି । ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ୭ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ କରାଯାଉଛି । ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ବଡ଼ ଆକ୍ସନ ନେବା ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି । ଏନେଇ ଗୃହମନ୍ତ୍ରୀ ଅମିତ୍ ଶାହ ମହାରାଷ୍ଟ୍ରରେ ନିର୍ବାଚନ ରାଲିକୁ ରଦ୍ଦ କରିଛନ୍ତି । ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି ।
ରବିବାର ଗୃହମନ୍ତ୍ରୀ ଅମିତ୍ ଶାହଙ୍କର ବିଦର୍ଭରେ ୪ଟି ନିର୍ବାଚନ ରାଲି ରହିଥିଲା । ସେ ଗଢ଼ଚିରୌଲି, ବର୍ଦ୍ଧା, କଟୋଲ ଏବଂ ସୋବନେରରେ ନିର୍ବାଚନି ସଭାକୁ ସମ୍ବୋଧିତ କରିଥାନ୍ତେ । ଏଥିପାଇଁ ସେ ନାଗପୁରରୁ ଦିନ ୧୧ଟା ବେଳେ ଗଢ଼ଚିରୌଲି ଗସ୍ତ କରିଥାନ୍ତେ । ହେଲେ ସେ ସମସ୍ତ ରାଲିକୁ ରଦ୍ଦ କରି ଦିଲ୍ଲୀ ଫେରିଆସିଛନ୍ତି । କୁହାଯାଉଛି, ମଣିପୁର ହିଂସା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେପଟେ ସ୍ମୃତି ଇରାନି ଏବଂ ଶିବରାଜସିଂହ ଚୌହାନ ମହାରାଷ୍ଟ୍ରରେ ନିର୍ବାଚନ ରାଲି କହିଛନ୍ତି ।...