ସୋଆର ନର୍ସିଂ ଏବଂ ଡେଣ୍ଟାଲ ସାଇନସେସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

Published By : Prameya-News7 Bureau | September 19, 2024 IST

ଭୁବନେଶ୍ୱର:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଓ ଇନ୍‌ଷ୍ଟିଚ୍ୟଟ୍  ଅଫ୍ ଡେଣ୍ଟାଲ ସାଇନସେସ୍ (ଆଇଡିଏସ୍‌)ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ ଉପାଧି ପ୍ରଦାନ କରାଯାଇଛି ।  ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୦୨୩ ବ୍ୟାଚର ବିଏସ୍‌ସି (ନର୍ସିଂ), ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ଏବଂ ୨୦୨୧- ୨୩ ବ୍ୟାଚର ଏମଏସ୍‌ସି (ନର୍ସିଂ) ତଥା ୨୦୨୧- ୨୩ ବ୍ୟାଚର ଡିପ୍ଳୋମା ଇନ୍ ଡେଣ୍ଟାଲ ମେକାନିକସ୍ ଓ ଡେଣ୍ଟାଲ ସାଇନସ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

Also read: ଓଡିଶାର ଦୁର୍ଗମ ଅଞ୍ଚଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସ୍ଵପ୍ନ ଓ ଆକାଂକ୍ଷା ପୂରଣ କରୁଛି ଜିଓ ଇଣ୍ଟରନେଟ୍

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ପ୍ରଫେସର ନନ୍ଦ କହିଥିଲେ ଯେ ଗ୍ରହଣ କରିଥିବା ଶିକ୍ଷା ଯୋଗୁଁ  ସେମାନେ ସ୍ୱାସ୍ଥ୍ୟ ବିଜ୍ଞାନ ସହ ଯୋଡି ହୋଇଛନ୍ତି । ଶିକ୍ଷାର କେବେ ସମାପ୍ତ ହୁଏ ନାହିଁ । ଶୃଙ୍ଖଳା, କଠିନ ପରିଶ୍ରମ, ସଚ୍ଚୋଟତା, ସମୟାନୁବର୍ତ୍ତିତା  ଓ ଉତ୍ତମ ମନୋଭାବ ସବୁ ବେଳେ ଆଗକୁ ବଢିବାରେ ସାହାଯ୍ୟ କରେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେବିକାମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନରେ ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ।  ନିଜର ଉନ୍ନତି   କରିବା ସହିତ ସମାଜର ହିତ କରିବା ପାଇଁ   ସବୁବେଳେ ଉତମ ମନୋଭାବ ରଖିବା ଜରୁରୀ ବୋଲି ସେ କହିଥିଲେ ।

ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ । ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ସେ ଆହ୍ୱାନ ଦେଇଥିଲେ । 

ଏହି ଅବସରରେ ଏସ୍‌ଏନ୍‌ସିର  ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ରିପୋର୍ଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-କୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଣ୍ଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ତଥା ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.