ଭୁବନେଶ୍ୱର ୧୫।୦୧ : ଏବେ କମିଲା, ଆଗକୁ ଆହୁରି ବଢିବ ଶୀତ ।ଶନିବାରଠାରୁ ରାଜ୍ୟରେ ଶୀତ ବଢ଼ିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ପାଖାପାଖି ରହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ, ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡତୋଫାନ
ସେହିପରି ବୁଧବାର ଓ ଗୁରୁବାର ରାଜ୍ୟର କିଛି ସ୍ଥାନରେ ଅଧିକ କୁହୁଡ଼ି ଦେଖା ଦେଇପାରେ । ବୁଧବାର କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ଦୃଶ୍ୟମାନ ହେବ। ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ । ଗୁରୁବାର ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ଅଧିକ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସାଉଦୀ ଆରବରେ ବିତ୍ପାତ ରଚିଲା ବର୍ଷା, ମକ୍କା-ମଦୀନାରେ ରେଡ ଆଲର୍ଟ
ସୋମବାର ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ୍ ଥିଲା । ଫୁଲବାଣୀରେ ୧୧.୫, ରାଉରକେଲାରେ ୧୧.୭, ଭଦ୍ରକରେ ୧୨, ଝାରସୁଗୁଡ଼ାରେ ୧୨.୨, କୋରାପୁଟରେ ୧୨.୪, ଯାଜପୁରରେ ୧୨.୬, ଅନୁଗୁଳ ଓ ନୂଆପଡ଼ାରେ ୧୩ ଓ ସୁନ୍ଦରଗଡ଼ରେ ପାରଦ ୧୩.୨ ଡିଗ୍ରୀ ଥିଲା ।