କୋର୍ଟ ଚାଲାଣ ହେଉଥିଲା ଆସାମୀ, ଗାଡ଼ିରୁ ଡେଇଁ ଚମ୍ପଟ ମାରିଲା

Published By : Prameya-News7 Bureau | March 12, 2025 IST

ଭଦ୍ରକ: କୋର୍ଟ ଚାଲାଣବେଳେ ଚମ୍ପଟ ମାରିଲା ଆସାମୀ। ପୋଲିସ କବଜାରୁ ଖସି ପଳାଇଲା ଆସାମୀ। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଚେକ୍‌ ବାଉଁସ୍‌ କେସରେ ଗିରଫ ଆସାମୀକୁ କୋର୍ଟରେ ହାଜର ପାଇଁ ନେଉଥିବାବେଳେ ପୁରୁଣା ବଜାର ପୋଲିସ କବଳରୁ ଫେରାର ମାରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆସାମୀକୁ ବାଇକ୍‌ ଯୋଗେ ନେଉଥିବାବେଳେ ନେହରୁ ଷ୍ଟାଡିୟମ ନିକଟ ଏକ ହୋଟେଲଠାରେ ବାଇକରୁ ଡେଇଁ ଫେରାର ହୋଇଯାଇଥିଲା। ତେବେ ଆସାମୀକୁ ଖୋଜିବା ପାଇଁ ପୋଲିସର ୩ଟି ଟିମ ନିୟୋଜିତ ହୋଇଛନ୍ତି। ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ଘଟଣାକୁ ନେଇ ପୋଲିସ ତରଫରୁ କୌଣସି ସୂଚନା ଦିଆଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.