GST କାଉନସିଲରେ ବଡ଼ ନିଷ୍ପତ୍ତି, ଅନଲାଇନ୍ ଗେମିଂ ଉପରେ ୨୮% ଟ୍ୟାକ୍ସ, କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଏବେ ଟିକସ ମୁକ୍ତ

Published By : Prameya-News7 Bureau | July 11, 2023 IST

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୦ତମ ବୈଠକ ମଙ୍ଗଳବାର ଶେଷ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନ୍ୟ ବଡ଼ ନିଷ୍ପତ୍ତି ମଧ୍ୟରେ ଜିଏସଟି ଟ୍ରିବ୍ୟୁନାଲ ଗଠନକୁ ପରିଷଦ ମଞ୍ଜୁରୀ ଦେଇଛି । ଜିଏସଟି ଟ୍ରିବ୍ୟୁନାଲ ଗଠନ ହେବା ପରେ ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଟ୍ରିବ୍ୟୁନାଲ ଗଠନ ହେବା ପରେ ଜିଏସଟି ସହ ଜଡିତ ବିବାଦର ସରଳ ସମାଧାନ ହୋଇପାରିବ । ମହାରାଷ୍ଟ୍ରରେ ୭ ଏବଂ ପଶ୍ଚିମବଙ୍ଗରେ ୨ଟି ଟ୍ରିବ୍ୟୁନାଲ ଗଠନ କରାଯିବ ।

{"id":815778,"sizeSlug":"full","linkDestination":"none"}

ଏହାଛଡ଼ା ବର୍ତ୍ତମାନ କ୍ୟାନ୍ସରର ଇମ୍ପୋଟେଡ୍ ଔଷଧ ଉପରେ ଆଇଜିଏସଟି ଲାଗୁ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଜିଏସଟି ପରିଷଦ ବୈଠକରେ କ୍ୟାନସର ଔଷଧ Dinutuximabର ଇମ୍ପୋର୍ଟ ଶସ୍ତା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲାଗୁ ହେଉଛି, ଯାହାକୁ ଏବେ ଶୂନ କରାଯାଇଛି । ଏହି ଔଷଧର ଗୋଟିଏ ଡୋଜ୍ ୬୩ ଲକ୍ଷ ଟଙ୍କା ରହିଛି ।

ସେହିପରି ଗେମିଂ, ହୋର୍ସ ରସିଂ, କସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯିବ । ଏହାଛଡ଼ା ଗାଡ଼ିର ପଞ୍ଜୀକରଣ ଉପରେ ଜିଏସଟି ସେୟାର କଞ୍ଜୁମର ଷ୍ଟେଟକୁ ମଧ୍ୟ ମିଳିବ । ଏନେଇ ସହମତି ପ୍ରକାଶ ପାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କାନରାଡ ସଙ୍ଗମାଙ୍କ ଅଧ୍ୟକ୍ଷତାରେ ଜିଓଏମ ନିଜ ରିପୋର୍ଟରେ ଅନଲାଇନ ଗେମିଂ ଉପରେ ୨୮ ଜିଏସଟି ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବେ ଏହି ପସ୍ତାବକୁ ମଞ୍ଜୁରୀ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.