ସନ୍ନି ଲିଓନିଙ୍କ ନାଁରେ ସରକାରୀ ଯୋଜନା; ମାସକୁ ଏକ ହଜାର ଲେଖାଏଁ ଟଙ୍କା ହଡ଼ପ

Published By : Prameya-News7 Bureau | December 23, 2024 IST

ରାୟପୁର: ଅଭିନବ ଢଙ୍ଗରେ ସରକାରୀ ଯୋଜନାକୁ ଲୁଟ୍ । ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାଁରେ ଯୋଜନା ପଞ୍ଜୀକରଣ । କେହି ବ୍ୟକ୍ତି ଛାତିଶଗଡ଼ ସରକାରଙ୍କ ମହାତାରୀ ବନ୍ଧନ ଯୋଜନାକୁ ସନ୍ନିଙ୍କ ନାଁ ରେଜିଷ୍ଟ୍ରାସନ କରି ପ୍ରତିମାସରେ ଏକ ହଜାର ଟଙ୍କା ଲେଖାଏଁ ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଗଣମାଧ୍ୟମରେ ଏହି ଖବର ସାମ୍ନାକୁ ଆସିବ ପରେ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ବିଷ୍ଣୁଦେବ ସାଇ ସରକାର ଏନେଇ ଏକ ଯାଞ୍ଚ କମିଟି ବସାଇଛନ୍ତି । ସେପଟେ ଜିଲ୍ଲାପାଳ ହରିସ ଏସ ମହତାରୀ ଯୋଜନାରେ ହୋଇଥିବା ଅନିୟମିତତାର ଯାଞ୍ଚ ପାଇଁ ମହିଳା ଏକ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ସନ୍ନି ଲିଓନଙ୍କ ନାଁରେ ପଞ୍ଜୀକରଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । 

ସୂଚନା ଅନୁଯାୟୀ, ବସ୍ତର ଜିଲ୍ଲାର ମହିଳା ଏବଂ ଶିଶୁ ବିକାଶ ଅଧିକାରୀ କହିଛନ୍ତି, ମହତାରୀ ବନ୍ଧନ ଯୋଜନାରେ ଅର୍ଥ ହଡ଼ପ ହେଇଥିବା ଅଭିଯୋଗ ଆସିଛି । ଏହି ଯୋଜନାରେ ଅଭିନେତ୍ରୀ ସନ୍ନି ଲିଓନ ନାଁରେ ପଞ୍ଜୀକରଣ ହୋଇଥିବା ବ୍ୟାଙ୍କ ଖାତାକୁ ପ୍ରତିମାସରେ ଏକ ହଜାର ଟଙ୍କା ଲେଖାଏଁ କ୍ରେଡିଟ୍ ହେଉଛି । ବସ୍ତର ଜିଲ୍ଲାର ତାଲୁର ଗାଁ ଅଙ୍ଗନବାଡି କର୍ମୀ ବେଦମତି ଯୋଶିଙ୍କ ୟୁଜର ଆଇଇଡିକୁ ରେଜିଷ୍ଟର ହୋଇଛି । ବିରେନ୍ଦ୍ର ଯୋଶି ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନିଙ୍କ ନାଁରେ ପଞ୍ଜୀକରଣ କରି ସରକାରୀ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଏନେଇ ସରକାର ଆକ୍ସନକୁ ଆସିବା ପରେ ଅଭିଯୁକ୍ତର ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଇଛି । ସରକାରୀ ଅର୍ଥ ରାଜସ୍ବ ଭଣ୍ଡାର ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।..   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.