ଦୀପାବଳି ପାଇଁ ଆସିଲା ଗାଇଡଲାଇନ, ୩ଶହ କେଜିରୁ ଅଧିକ ବାଣ ରଖିପାରିବେନି

Published By : Prameya-News7 Bureau | October 28, 2024 IST

ଭୁବନେଶ୍ବର ୨୮/୧୦: ରାଜଧାନୀ ଭୁବନେଶ୍ୱରରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଦୀପାବଳି ପାଇଁ ଗାଇଡଲାଇନ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ଏଥି ସହ ସାର୍ଟିଫାଏଡ ବାଣ କିଣିବାକୁ ରାଜଧାନୀ ବାସୀଙ୍କୁ ଅପିଲ କରିଛନ୍ତି ଡିସିପି । ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଜାଗା ଚିହ୍ନଟ କରଯାଇଛି । ବାଣ ଦୋକାନ ଖୋଲିବାକୁ ୪୬୫ଟି ଆବେଦନ ଆସିଥିବାବେଳେ ୨୦୦ ଦୋକାନ ପାଇଁ ଅନୁମତି ଦିଆଯାଇଛି । ଅସ୍ଥାୟୀ ଦୋକାନରେ ୩୦୦କିଲୋରୁ ଅଧିକ ବାଣ ସାମଗ୍ରୀ ରଖିପାରିବେନି । ଦୋକାନ ମାନଙ୍କ ମଝିରେ ଅତିକମରେ ୩ମିଟର ଦୂରତା ରହିବ । 

ସେହିପରି ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ । ଗାଇଡ଼ ଲାଇନ ଅନୁଯାଇ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦେଶ ଦିଆଯାଇଛି। ବାଣ ଦୋକାନ ଯାଞ୍ଚ ପାଇଁ ବିଭିନ୍ନ ବିଭାଗକୁ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ଦୀପାବଳି ପୂର୍ବରୁ ବାଲିପାଟଣା ଅଞ୍ଚଳରେ କମିସନରେଟ ପୋଲିସ ବ୍ୟାପକ ଚଢାଉ କରାଯାଇଛି । ବାଲିପାଟଣା ଥାନାରେ ୪୫୬/୪୫୮ ରେ ଦୁଇଟି ମାମଲା ରୁଜୁ ହୋଇଛି । ୧୫୦କେଜିରୁ ଅଧିକ ଗନ ପାଉଡ଼ର ଓ ୫୦କେଜି ଡ଼ଷ୍ଟ ପାଉଡ଼ର ଜବତ ହୋଇଛି । ୨ ଜଣ ବାଣ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ବାଣ ସାମଗ୍ରୀ ମୂଲ୍ୟ ୩୦ଲକ୍ଷ ରୁ ଅଧିକ ଟଙ୍କା ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି  । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.