ଦାନା ପ୍ରଭାବରେ ଲଗାଣ ବର୍ଷା, ୫ ଜିଲ୍ଲାରେ ଖୋଲିବନି ସ୍କୁଲ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬/୧୦: 'ଦାନା' ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ପାଇଁ ଶନିବାର ୫ ଜିଲ୍ଲାରେ ସ୍କୁଲ ଛୁଟି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ଛୁଟି ଘୋଷଣା କରାଯାଇଛି । ଏହି ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଣ୍ଟରରୁ ଅଧିକ ବର୍ଷା ହୋଇପାରେ । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି । 

ମୟୂରଭଞ୍ଜରେ ସ୍କୁଲ୍ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ବାଲେଶ୍ବର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ। ଭଦ୍ରକରେ ପ୍ରଥମରୁ ଦ୍ବାଦଶ ଯାଏ ବନ୍ଦ ରହିବ ସମସ୍ତ ସ୍କୁଲ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବାକୁ ଡିଇଓ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି । କିଛି ସ୍କୁଲ ଓ କଲେଜଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଥିବାରୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

'ଦାନା' ଗୁରୁବାର ମଧ୍ୟରାତ୍ରରେ ଭିତରକନିକାରେ ମାଡ଼ ହେବା ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି। ଶୁକ୍ରବାର ଡିପ ଡିପ୍ରେସନ୍‌ରେ ଓ ଶନିବାର ସକାଳେ ଆହୁରି ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇଛି।  ଏବେ ଉତ୍ତର ଓଡ଼ିଶା ଉପରେ ଅବପାତ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । 

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.