ନୂଆଦିଲ୍ଲୀ ୧୧।୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଭିତରେ ପାକ୍ କଳାକାରଙ୍କୁ ବ୍ୟାନ୍ କରାଯାଇଛି । ନିକଟରେ ଅଭିନେତା ହର୍ଷବର୍ଦ୍ଧନ ରାଣେ ୨୦୧୬ ମସିହାର ଫିଲ୍ମ ‘ସନମ୍ ତେରୀ କସମ୍’ର ସିକ୍ୱେଲ ବିଷୟରେ ବଡ଼ ଘୋଷଣା କରାଯାଇଥିଲା । ଏହି ଫିଲ୍ମରେ ତାଙ୍କ ସହ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏବେ ସେ ପାକ ଅଭିନେତ୍ରୀ ମାୱରାଙ୍କୁ ନେଇ ବୟାନ ଦେଇଛନ୍ତି । ଯାହା ପରେ ଅଭିନେତ୍ରୀ ରାଗିଯାଇଛନ୍ତି।
ହର୍ଷବର୍ଦ୍ଧନ କହିଛନ୍ତି, ସିକ୍ୱେଲରେ ଯଦି ମାୱରାଙ୍କୁ କାଷ୍ଟ୍ କରିବାର ନିଷ୍ପତ୍ତି ପ୍ରଯୋଜକ ନିଅନ୍ତି... ତାହାଲେ ସେ ଫିଲ୍ମରେ କାମ କରିବେ ନାହିଁ । ଏହା ସହ ଅଭିନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ନିଜ ଦେଶକୁ ସମ୍ମାନ କରିବା ଭଲ, କିନ୍ତୁ ଅନ୍ୟ ଦେଶ ବିରୁଦ୍ଧରେ ଘୃଣ୍ୟ ଏବଂ ଭୁଲ ମନ୍ତବ୍ୟ ଦେବା ଠିକ୍ ନୁହେଁ। ଏହାକୁ ଦେଖିବା ପରେ ପାକିସ୍ତାନୀ ଅଭିନେତ୍ରୀ ମାୱରା ମଧ୍ୟ ରାଗିଯାଇଛନ୍ତି। ମାୱରା ହର୍ଷବର୍ଦ୍ଧନ ରାଣେଙ୍କ ଏହି ନିଷ୍ପତ୍ତିକୁ PR ଷ୍ଟ୍ରାଟେଜି ବୋଲି କହିଛନ୍ତି।
ଏକ ଲମ୍ବା ପୋଷ୍ଟ ସେୟାର କରି ମାୱରା ଲେଖିଛନ୍ତି, 'ମୁଁ ଜାଣିନାହିଁ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ, ଦୁଃଖଦ ନା ହାସ୍ୟସ୍ପଦ କହିବି... ଯାହାଙ୍କଠାରୁ ମୁଁ ବେସିକ୍ ସେନ୍ସନ୍ ଆଶା କରୁଥିଲି, ସେ ଏକ ପିଆର ଷ୍ଟ୍ରାଟେଜି ସହିତ ଗଭୀର ନିଦରୁ ଉଠିଛନ୍ତି।' ଆଗ ତୁମ ଚାରିପାଖରେ ଦେଖ, କଣ ଘଟୁଛି! ଆମେ ସମସ୍ତେ ବିସ୍ଫୋରଣର ଶବ୍ଦ ଶୁଣିପାରୁଥିଲୁ। ମୋ ଦେଶରେ ଏହି ଆକ୍ରମଣ ଯୋଗୁଁ ଛୋଟ ପିଲାମାନଙ୍କ ଜୀବନ ଚାଲିଯାଇଛି । ନିର୍ଦ୍ଦୋଷ ଲୋକମାନେ ପ୍ରାଣ ହରାଇଛନ୍ତି।
ମାୱରା ଆହୁରି ଲେଖିଛନ୍ତି, 'ମୁଁ ଯେଉଁମାନଙ୍କ ସହିତ କାମ କରିଛି। ସେମାନଙ୍କ ପ୍ରତି ସବୁବେଳେ ସମ୍ମାନ, ପ୍ରେମ ଏବଂ କୃତଜ୍ଞତା ଦେଖାଇଛି ଏବଂ ମୁଁ ଏହା ଜାରି ରଖିବି। କିନ୍ତୁ ମୁଁ ତୁମ ପରି କେବେ ଘୃଣା ପ୍ରସାର କରିବି ନାହିଁ। ଏହି ସମୟରେ ଏପରି ଘୋଷଣା କରିବା, ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଘୃଣ୍ୟ। ଆମ ଦେଶ ଗୁଡ଼ିକ ଯୁଦ୍ଧରେ ଅଛନ୍ତି। ବର୍ତ୍ତମାନ ଫିଲ୍ମ ବିଷୟରେ ଆଲୋଚନା କରିବାର... ପରସ୍ପରର ମଜାକ୍ ଉଡାଇବା ଏବଂ ପରସ୍ପରକୁ ହୀନ କରିବାର ସମୟ ନୁହେଁ। ମାୱରାଙ୍କ ଏହି ମନ୍ତବ୍ୟ ଉପରେ ହର୍ଷବର୍ଦ୍ଧନଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।