ହାୱାଇ ଦ୍ୱୀପ: ସପ୍ତାହେ ପରେ ବି ଆୟତ ହେଉନି ଜଙ୍ଗଲ ନିଆଁ, ଗଲାଣି ୧୦୦ରୁ ଅଧିକ ଲୋକଙ୍କ ଜୀବନ

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ ୧୭।୦୮: ସପ୍ତାହେ ବିତିଗଲାଣି । ନାଁ ଲିଭୁଛି ନିଆଁ, ନା ସ୍ଥିତିରେ ଆସୁଛି ସୁଧାର । ଭୟଙ୍କର ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଏହି ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି ।

{"id":831940,"sizeSlug":"full","linkDestination":"none"}

ଆମେରିକାର ମୁଖ୍ୟଭୂମିଠାରୁ ପ୍ରାୟ ୨ ହଜାର ମାଇଲ ଦୂରରେ ଥିବା ଏହି ଦ୍ୱୀପର ଭୟଙ୍କର ଚିତ୍ର ଏବେ ସାଟେଲାଇଟ୍‌ରୁ ଆସୁଛି । ଯାହାର ଚିତ୍ର ବେଶ୍ ଭୟଙ୍କର । ଏହାକୁ ଆମେରିକା ଇତିହାସର ସବୁଠାରୁ ଭୟାନକ ଅଗ୍ନିକାଣ୍ଡ ବୋଲି କୁହାଯାଉଛି ।

{"id":831941,"sizeSlug":"full","linkDestination":"none"}

ଏହି ନିଆଁରେ ସର୍ବାଧିକ ପ୍ରଭାବିତ ହୋଇଛି ଐତିହାସିକ ଲୁହାନିଆ ସହର । ସହର ସବୁ ଶ୍ମସାନ ପାଲଟିଗଲାଣି । ସବୁଆଡ଼େ ବ୍ୟାପି ଚାଲିଛି ଧୂଆଁ ଓ ନିଆଁ । ଖବର ଅନୁଯାୟୀ ୮ ଅଗଷ୍ଟରେ ଜଙ୍ଗଲ ନିଆଁ ଲହାନିଆ ପାଖରେ ଥିବା ଏକ ଚାଷଜମିରେ ଲାଗିଯାଇଥିଲା । ପବନ ଯୋଗୁଁ ଏହି ନିଆଁ ଲହାନିଆର କଖବେକୁ ବଢିଯାଇଥିଲା ।

{"id":831942,"sizeSlug":"full","linkDestination":"none"}

 ବଡ ବଡ କୋଠା, ନଡିଆ ଗଛ, ଏମିତିକି ଗାଡି ଗୁଡିକ ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।

{"id":831943,"sizeSlug":"full","linkDestination":"none"}

ପୂର୍ବରୁ ବହୁ ସ୍ଥାନରେ ନିଆଁ ଲାଗିଛି । ହେଲେ ଗତ ଶହେ ବର୍ଷ ଭିତରେ ଆମେରିକାରେ ଏଭଳି ଜଙ୍ଗଲ ନିଆଁ ଦେଖିବାକୁ ମିଳିନଥିଲା ବୋଲି ସୂଚନା ରହିଛି । ପ୍ରଶାସନିକ ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ଘର ତଥା ନିର୍ମାଣ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

{"id":831944,"sizeSlug":"full","linkDestination":"none"}

ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ ଅଂଚଳରେ ସମସ୍ତ ସେବା ଓ ସୁବିଧା ଭୁଶୁଡ଼ି ଯାଇଛି । ପ୍ରାୟ ୯୫%ପ୍ରତିଶତ ବିଜୁଳି ସେବା ପ୍ରଭାବିତ ହୋଇଛି । ଯଦିଓ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ । କିନ୍ତୁ ଆମେରିକାରେ ଜଙ୍ଗଲରେ ୮୫ ପ୍ରତିଶତ ମଣିଷକୃତ ଅଗ୍ନିକଣ୍ଡ ହୋଇଥାଏ । ତେବେ ହାୱାଇ ଦ୍ୱୀପ ଜଙ୍ଗଲ ନିଆଁରେ ବି ମଣିଷର ସଂପୃକ୍ତି ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

{"id":831945,"sizeSlug":"full","linkDestination":"none"}

You Can Read:

wp:embed {"url":"https://www.prameyanews7.com/himachal-pradesh-weather-death-toll-climbs-to-70-roads-closed-landslide-continue/","type":"wp-embed","providerNameSlug":"prameya-news-7"}
https://www.prameyanews7.com/himachal-pradesh-weather-death-toll-climbs-to-70-roads-closed-landslide-continue/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.