ଭୁବନେଶ୍ୱର ୧୮/୦୮: ଆଜି ୧୯ ଜିଲ୍ଲାରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଉପକୂଳ ସମେତ ଆଭ୍ୟନ୍ତରୀଣରେ ବି ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ, ଲଘୁଚାପର ପ୍ରଭାବ ଆଉ ଦିନଟିଏ ରହିବ ।
wp:embed {"url":"https://www.prameyanews7.com/another-low-presser-may-be-in-bayy-of-bengal/","type":"wp-embed","providerNameSlug":"prameya-news-7"} /wp:embedଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବେଶି ବର୍ଷିବ ଦକ୍ଷିଣ ଓଡ଼ିଶାରେ । ୧୯ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲିଠାରୁ ବର୍ଷା ପ୍ରକୋପ କମିବ । ପୁଣି ୨୩ ତାରିଖରୁ ବଢିବ । ଆଜି ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଭଳି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏସବୁ ସ୍ଥାନରେ ୭ରୁ ୨୦ସେଣ୍ଟିମିଟର ବର୍ଷା ହୋଇପାରେ । ଆସନ୍ତା ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ୨୫ରୁ ୩୧ ତାରିଖ ଭିିତରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।