ଆହୁରି ନିର୍ଧୁମ ଛେଚିବ ବର୍ଷା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | June 30, 2024 IST

ଭୁବନେଶ୍ୱର ୩୦।୦୬: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଛି । ଗତ ୨୪ ଘଣ୍ଟାରେ ଅନୁଗୁଳରେ ସର୍ବାଧିକ ୧୪୩ ମିମି ବର୍ଷା ହୋଇଛି। ଆହୁରି ନିର୍ଧୁମ ବର୍ଷିଛି । ଆସନ୍ତା ୩ରୁ ପ୍ରବଳ ବର୍ଷା ହେବ । ଚାଷୀ ଶୀଘ୍ର ବିହନ ବୁଣାବୁଣି କାମ ସାରନ୍ତୁ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତଥାପି ରାଜ୍ୟର ୧୯ ଜିଲ୍ଲା ନିଅଣ୍ଟିଆ ବର୍ଷା ସ୍ଥିତିରୁ ବାହାରି ପାରୁନି । ମୟୂରଭଞ୍ଜ ଓ ବାଲେଶ୍ୱରରେ ସାଙ୍ଘାତିକ ନିଅଣ୍ଟିଆ ସ୍ଥିତି ରହିଛି । କିନ୍ତୁ ରାଜ୍ୟରେ ଗଜା ମରୁଡ଼ି ଆଶଙ୍କା ନାହିଁ । ଜୁନ ୧ ତାରିଖରୁ ଆଜିସୁଦ୍ଧା ରାଜ୍ୟରେ ୩୦% ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ମାସରେ ହାରାହାରି ୨୦୦ ମିମି ବର୍ଷା ହେବା କଥା । କିନ୍ତୁ ମାସ ସରିବାକୁ ଆଉ ଗୋଟିଏ ଦିନ ଥିବାବେଳେ ମାତ୍ର ୧୪୧ ମିମି ବର୍ଷା ହୋଇଛି । ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । 

ଦୁଇ ଜିଲ୍ଲା ମୟୂରଭଞ୍ଜରେ ୭୦% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ବର୍ଷା ହୋଇଛି । ପୁରୀରେ ୫୬%, କେନ୍ଦୁଝରରେ ୫୧%,କଳାହାଣ୍ଡିରେ ୪୭%,ଅନୁଗୁଳରେ ୪୩%, ଭଦ୍ରକରେ ୪୨%, ସୁନ୍ଦରଗଡ଼ରେ ୪୧%, କେନ୍ଦ୍ରାପଡ଼ାରେ ୩୯%, ଝାରସୁଗୁଡ଼ାରେ ୩୫%, ସମ୍ବଲପୁରରେ ୩୧%, ବରଗଡ଼ରେ ୩୦%, ବଲାଙ୍ଗୀରରେ ୩୩%, ନୂଆପଡ଼ାରେ ୩୬%, ଗଜପତିରେ ୨୬%, ଖୋର୍ଦ୍ଧାରେ ୨୬%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୩% ବୌଦ୍ଧରେ ୨୦%, ଗଞ୍ଜାମରେ ୨୩ ଓ ଗଜପତିରେ ୨୬% ନିଅଣ୍ଟିଆ ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.