ପୋଲିସ ହେପାଜତରେ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅ : ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 19, 2024 IST

କଟକ ୧୯।୯: ପୋଲିସ ହେପାଜତରେ ମୃତ୍ୟୁ ପାଇଁ ୨ ଲକ୍ଷ କ୍ଷତିପୂରଣ ଦିଅ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଭିଯୁକ୍ତକୁ ମୁମ୍ବାଇରୁ ଟ୍ରେନରୁ ନେଇ ଫେରିବା ବେଳେ ଟ୍ରେନରୁ ଗଳି ପଡ଼ି ମୃତ୍ୟୁ ହୋଇଥିଲା । ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି । 

୨୦୧୮ରେ ଏକ ମାମଲାରେ ଭଦ୍ରକ ଅଞ୍ଚଳର ଅଭିଯୁକ୍ତ ଅମ୍ରିତ ପୁହାଣକୁ ମୁମ୍ବାଇରୁ ଗିରଫ କରିଥିଲା ପୋଲିସ । ମୃତ୍ୟୁ ପରେ ଅଭିଯୁକ୍ତର ମା’ ବାସନ୍ତୀ ପୁହାଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କୁ ଟ୍ରେନରେ ନେଇ ଫେରୁଥିବା ତିନି ପୋଲିସ କର୍ମଚାରୀଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିଥିଲେ ।

You Can Read:


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.