ଭୁବନେଶ୍ବର ୯।୧: ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତି ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଦିନିକିଆ ରିମାଣ୍ଡ ପୋଲିସ ପାଇଁ ଗରୁତ୍ବପୂର୍ଣ୍ଣ । ଦୁଇ ଜଣଙ୍କୁ ତାଙ୍କ ଘର ଏବଂ ଅଫିସକୁ ନେଇ ଖୋଳତାଡ କରିବ ପୋଲିସ । ରିମାଣ୍ଡରେ ଯିବା ସମୟରେ ବିସ୍ଫୋରକ ବୟାନ ରଖିଛନ୍ତି ହଂସିତା । ସେ କହିଛନ୍ତି, ମୋତେ ଫସାଇ ଦିଆଯାଇଛି । ପୋଲିସ ଆଗରେ ସବୁ ସତ କହିବି । ତଦନ୍ତରେ ସହଯୋଗ କରିବି, ସବୁ ଗୁମର ଖୋଲିବି । ହାତ ଯୋଡି ଏମିତି କିଛି କହିଲେ ହଂସିତା । ସେହିଭଳି ଅନୀଲ କହିଛନ୍ତି, ସତ ଖୋଜନ୍ତୁ, ଆମକୁ ଫସା ଯାଇଛି । ସତ ଖୋଜିଲେ ସବୁ ଜାଣି ପାରିବେ ।
ସେପଟେ ଖଣ୍ଡଗିରି ନିକଟରୁ ସରୋଜ ସାହୁଙ୍କୁ ଉଠାଇ ନେଲା ଆୟକର ବିଭାଗ ଓ ସ୍ପେଶାଲ କ୍ରାଇମ ୟୁନିଟ୍ । ସରୋଜ ସାହୁ ହଂସିତାଙ୍କ ପ୍ରଥମ ସ୍ବାମୀ । ଯେତେବେଳେ ହଂସିତା ରାକ୍ଷୀ ନାମରେ ଓରଫ କଳାହାଣ୍ଡିର ନର୍ଲା ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ କିଛି ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ । ଲୋକଙ୍କ ଟଙ୍କା ସୁଝି ନପାରି ରାକ୍ଷୀ ବ୍ରହ୍ମପୁରରେ ପହଁଚି ନିଜର ନାଁ ବଦଳାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଏହାପରେ ହଂସିତା କନ୍ଧମାଳରେ ମଧ୍ୟ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ବିବାହ କରି ମଧ୍ୟ ଚୂନ ଲଗାଇ ଫେରାର ହୋଇଯାଇଥିଲା । ସେଠାରୁ ଭୁବନେଶ୍ବର ପହଁଚିବା ପରେ ତାଙ୍କର ଦେଖା ହୋଇଥିଲା ଅନୀଲଙ୍କ ସହିତ । ଅନୀଲ ଥିଲେ ହଂସିତାଙ୍କ ରକ୍ଷା କବଚ । ତେବେ ନିଜକୁ ବ୍ୟୁଟି କ୍ବିନ ସାବ୍ୟସ୍ତ କରିବା ପାଇଁ ସେ ନିଜର ଓଜନ କମାଇଥିଲେ । ନିଜ ଓଜନ ୭୭ କିଲୋରୁ ୫୬ କିଲୋକୁ କମାଇଥିଲେ । ଏଥିସହିତ ନିଜର ଏକ ନୂଆ ନାଁ ରଖିଥିଲେ । ହଂସିତାରୁ ପାଲଟିଥିଲେ ଅଙ୍କିତା ଅଭିଲିପ୍ସା । ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଖେଳ । କିଛି ଖଣି ବ୍ୟବସାୟୀ ରାଜନୈତିକ ନେତା ଓ ବିଲଡରଙ୍କୁ ଟ୍ରାପ କରିଥିଲେ । କୋଟି କୋଟି ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥିଲେ । ଯେଉଁଥିରେ ସାହାୟକର ହାତ ବଢାଇଥିଲେ ତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁ । ସରୋଜ ହଂସିତାଙ୍କୁ ଦେଖା କରିବାକୁ ଜେଲ୍ ମଧ୍ୟ ଯାଇଥିଲେ । ସେହିଠାରୁ ହିଁ ତାଙ୍କ ଉପରେ ନଜର ରଖିଥିଲା ସ୍ପେଶାଲ କ୍ରାଇମ ୟୁନିଟ୍ । ସେ ଧରାପଡିବା ପରେ ଅନୀଲ ଓ ହଂସିତାଙ୍କ ଆଉ କିଛି ଭିତିରି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା ରଖିଛି ଆୟକର ବିଭାଗ । ଆଜି ମଧ୍ୟ ଏକାଧିକ ସ୍ଥାନରେ ଆୟକର ବିଭାଗ ଅନୀଲ ଓ ହଂସିତାଙ୍କ ଠିକଣାରେ ଚଢାଉ କରିଛି । ମଙ୍ଗଳବାର ଓଡ଼ିଶା ଦିଲ୍ଲୀ, ଝାଡ଼ଖଣ୍ଡ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ଚଢ଼ାଉ କରିଥିଲା । ଏପରିକି ତାଙ୍କ ଭୁବନେଶ୍ବର କାର୍ଯ୍ୟାଳୟ କବାଟ ତାଲା ଭାଙ୍ଗି ସେଠାରେ ଛାନଭିନ କରିଥିଲା।
ସୂଚନାଯୋଗ୍ୟ ଯେ, ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓ ସଂସ୍ଥା ମାଲିକ ହଂସିତାଙ୍କ ଶିକାର ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଝିଅ ଓ ଜ୍ୱାଇଁ ଭାବି ଏନ୍ଜିଓ ସଂସ୍ଥା ମାଲିକ ହଂସିତା ଓ ଅନୀଲଙ୍କୁ ଆତିଥ୍ୟ ଦେଇଥିଲେ । ଏନ୍ଜିଓ ସଂସ୍ଥାକୁ ୫୦କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିତା । କିଛିଦିନ ପରେ ଡୋନେସନ୍ କରାଇ ଦେଇଥିଲେ । ସେଥିପାଇଁ ହଂସିତା ୨୦ ପ୍ରତିଶତ କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଥିଲେ । ହଂସିତା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିଥିଲେ । ଉପାୟ ନପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଏତଲା ଦେଇଥିଲେ । ଏହାପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା ।
You Can Read:
ଟ୍ରକ୍କୁ ଧକ୍କା ଦେଲା କୋର୍ଟ ଭ୍ୟାନ୍, ୨ ପୋଲିସ କର୍ମଚାରୀ ଓ ଜଣେ ମୁଦାଲା ଆହତ