ଜୁଲାଇ ୧୫ରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା, କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ

Published By : Prameya-News7 Bureau | May 21, 2025 IST

ଭୁବନେଶ୍ବର ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢ଼ା । ଏବର୍ଷ କଲେଜ ନିର୍ବାଚନ କରିବାକୁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ତେଣୁ ଦଶହରା ପୂର୍ବରୁ ପାଠପଢ଼ା ସାରିବାକୁ ପଡିବ। ସେଥିପାଇଁ ଆଗୁଆ ଆବେଦନ ହୋଇଛି । ମଙ୍ଗଳବାର ସୁଦ୍ଧା ୯୮ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୧୬ ଏପ୍ରିଲରୁ ଆରମ୍ଭ ହୋଇଥିଲା ଯୁକ୍ତ ୩ ଆବେଦନ । ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଥିଲା ଯେପର୍ଯ୍ୟନ୍ତ ଯୁକ୍ତ ୨ ରେଜଲ୍ଟ ବାହାରି ନାହିଁ ସେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ ।  ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । କାରଣ ଗତବର୍ଷ ଡିସେମ୍ବର ହୋଇଯାଇଥିଲା ଆଡ଼ମିଶନ ପ୍ରକ୍ରିୟା ଶେଷ କରିବାକୁ । ଏଣୁ ଏଥର ଶୀଘ୍ର ନାମଲେଖା କରି ଜୁନ୍‌ରେ ସିଟ୍ ଆଲୋକେଶନ ସହ ଜୁଲାଇ ୧୫ରୁ ପାଠପଢ଼ା ବା କ୍ଲାସ୍ ଆରମ୍ଭ ହେବ । ତେଣୁ ଏଥର ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଯେଉଁଥିରେ କୌଣସି ଅସ୍ବାଭାବିକତା ନାହିଁ । କଲେଜ ନିର୍ବାଚନ ପାଇଁ ଚିନ୍ତା କରୁଛି ଉଚ୍ଚଶିକ୍ଷା ବିଭାଗ । ଏଣୁ ସଠିକ୍ ସମୟରେ ସବୁ ଶେଷ କରିବାକୁ ହେଲେ ପ୍ରକ୍ରିୟାକୁ ତ୍ୱରିତ କରିବାକୁ ହେବ । ଯେଉଁମାନେ ଜାଣିନାହାନ୍ତି ପ୍ରକ୍ରିୟା ସେଇମାନେ ଅଯଥା ଅଭିଯୋଗ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସୂର୍ଯ୍ୟବଂଶୀ ସୁରଜ କହିଲେ- କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ନିଜକୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.