ଭୁବନେଶ୍ବର ୨୧।୫: ବିଜେଡିର ରାଜଭବନ ଘେରାଉକୁ ନେଇ ପାଲଟା ଜବାବ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ କହିଛନ୍ତି, ବିରୋଧୀ ନିଜକୁ ନିଜେ ଲୋକହସା ହେଉଛନ୍ତି । କହି ଦେଉଥାଏ ପରକୁ ବୁଦ୍ଧି ନ ଦିଶଇ ନିଜକୁ । ବିଜୁ ଜନତା ଦଳ ସ୍ଵଭାବତଃ ଓବିସି ତଥା ଏସଇବିସି ବିରୋଧୀ । ୧୧.୨୫% ସର୍ବାଧିକ ତାହା ବି ସେମାନେ କରି ପାରୁନଥିଲେ ଏବଂ କଂଗ୍ରେସ କଥା ନ କହିବା ଭଲ । ଇନ୍ଦିରା ଗାନ୍ଧୀ ଠାରୁ ରାଜୀବ ଗାନ୍ଧୀ ଏହାକୁ ବିରୋଧ କରିଥିଲେ । ଯେଉଁଠି ସେମାନଙ୍କ ନେତାମାନେ ବିରୋଧ କରୁଛନ୍ତି । ନେତାମାନେ ସାମ୍ବିଧାନିକ ଅଧିକାର ଯାହା ଓବିସି ତଥା ଏସଇବିସି ମାନଙ୍କର ହନନ କରୁଛନ୍ତି, ସାମାଜିକ ନ୍ୟାୟ ଦେବାରେ ବାଧକ ସାଜୁଛନ୍ତି । ସେମାନେ ଆଜି ରାଜଭବନ ଆଗରେ ଆନ୍ଦୋଳନ କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଜଗତେ କେବଳ ଜନେ ହସିବେ ।
୨୪ ବର୍ଷ ସରକାରରେ ରହିଲେ ଜିରୋ ପ୍ରତିଶତ ଏବଂ ଜିରୋ ବିଭାଗରେ ସଂରକ୍ଷଣ ଦେଲେ ନାହିଁ । ତାଙ୍କର କହିବାର ଅଧିକାର ନାହିଁ ବିଜେପି ସରକାର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାର ଅଧିକାର ନାହିଁ । ସେମାନେ ୨୭% ଦେଇକରି ସୁପ୍ରିମକୋର୍ଟରେ ଖାରଜ ହୋଇଛି ଆରକ୍ଷଣ । ନିଜେ ସେକଥା ଲୋକ ଲୋଚନକୁ ଆଣି ନିଜେ ଲୋକହସା ହେଉଛନ୍ତି । ଇଞ୍ଜିନିୟରିଂ ଏବଂ ଏମବିବିଏସରେ ସଂରକ୍ଷଣ ପାଇଁ ଆମ ମନ୍ତ୍ରୀମାନେ ଏବଂ ଦଳର ସଭାପତି କହିସାରିଛନ୍ତି, ଆଗାମୀ ଦିନରେ ଆଣିବୁ । ଉଚ୍ଚଶିକ୍ଷାରେ ଆଗ ଆବଶ୍ୟକତା ଥିଲା । ତେଣୁ ଆଗ ଆସିଲା ପରେ ଅନ୍ୟ ସବୁ କ୍ଷେତ୍ରରେ ଆସିବ । ନିଯୁକ୍ତି କ୍ଷେତ୍ରରେ ୭ ଜଣ ମନ୍ତ୍ରୀ ଏସଇବିସିରେ ଅଛନ୍ତି । କେନ୍ଦ୍ରରେ ମଧ୍ୟ ୨୭ ଜଣ ମନ୍ତ୍ରୀ ଏସଇବିସି ସମୁଦାୟର ଅଛନ୍ତି । ସର୍ବୋଚ୍ଚ ସ୍ଥାନ ମାନଙ୍କରେ ଯେଉଁଠାରେ ନିଷ୍ପତ୍ତି ନେବାର ସ୍ଥାନ ମାନଙ୍କରେ ଏସଇବିସି ସମୁଦାୟଙ୍କୁ ଭାରତୀୟ ଜନତା ପାର୍ଟି ପ୍ରତିନିଧିତ୍ବ କରାଉଛି । ଯାହା ନିଷ୍ପତ୍ତି ଆସିବ ଶିକ୍ଷାଠୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ଯାହା ନିଷ୍ପତ୍ତି ଆସିବ ସକରାତ୍ମକ କଥା ହିଁ ଆସିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
You Can Read:
ବରମୁଣ୍ଡା ଓଭରବ୍ରିଜ୍ ଉପରେ ଦୁର୍ଘଟଣା, ଡିଭାଇଡରକୁ ପିଟିଲା ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକଙ୍କ ଗାଡ଼ି