ଦୀପିକାଙ୍କ ଡିମାଣ୍ଡରେ ବିରକ୍ତ ହେଲେ ନିର୍ଦ୍ଦେଶକ ସନ୍ଦୀପ, ଫିଲ୍ମ 'ସ୍ପିରିଟ୍‌'ରୁ ହେଲେ ବିଦା

Published By : Prameya-News7 Bureau | May 23, 2025 IST

ମୁମ୍ଵାଇ ୨୩।୦୫; ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସ୍ପିରିଟ୍‌’। ଏହି ଫିଲ୍ମରେ ନାୟିକା  ଭାବେ ଦୀପିକା ପାଦୁକୋନଙ୍କୁ କାଷ୍ଟ୍‌ କରିଥିଲେ । କିନ୍ତୁ ଏବେ ତାଙ୍କୁ  ଫିଲ୍ମରୁ ହଟାଇ ଦିଆଯାଇଛି । ଏହା ପଛରେ ଦୀପିକାଙ୍କ ଅଧିକ  ପାରିଶ୍ରମିକ ଦାବି ରହିଛି ବୋଲି ଚର୍ଚ୍ଚା ହେଉଛି । ଆଠ ଘଣ୍ଟାର ଶିଫ୍ଟ, ମୋଟା ଅଙ୍କର ପାରିଶ୍ରମିକ, ଲାଭରେ ଭାଗିଦାରୀ ଏବଂ  ତେଲୁଗୁରେ ଡାଇଲଗ୍‌ ନ କହିବା ଭଳି ଦାବି କରିଥିଲେ ଦୀପିକା। 

ଗତ ସେପ୍ଟେମ୍ବରରେ ଦୀପିକା ମା’ ହୋଇଛନ୍ତି । ସେଥିପାଇଁ ସପ୍ତାହରେ  ୫ ଦିନ ଆଠ ଘଣ୍ଟାର ଶିଫ୍ଟରେ କାମ  କରିବାକୁ ସେ ଚାହୁଁଥିଲେ । ଏ ସବୁ  ଦାବିରେ ସନ୍ଦୀପ ଖୁସି ନ ଥିଲେ। ଦୀପିକାଙ୍କୁ ଫିଲ୍ମରୁ ହଟାଇବା  ପରେ ସନ୍ଦୀପ ଏବେ ନୂଆ  ଫିମେଲ ଲିଡ୍‌ଙ୍କୁ ଖୋଜୁଛନ୍ତି । ୨୦୨୪, ଶେଷ ବେଳକୁ  ‘ସ୍ପିରିଟ୍‌’ର ସୁଟିଂ ହେବାର ଥିଲା।  କିନ୍ତୁ ଦୀପିକାଙ୍କ ଗର୍ଭାବସ୍ଥା ପାଇଁ  ସୁଟିଂକୁ ବାତିଲ କରାଯାଇଥିଲା । ମା’  ହେବା ପରେ ବ୍ୟସ୍ତତା ଯୋଗୁ  ଫିଲ୍ମ କରିବାକୁ ଦୀପିକା ମନା କରିଥିଲେ । କିନ୍ତୁ ସନ୍ଦୀପଙ୍କର  ଏକମାତ୍ର ପସନ୍ଦ ଦୀପିକା ଥିଲେ । ତେଣୁ ଦୀପିକାଙ୍କ ହିସାବରେ ସୁଟିଂ ସମୟକୁ ସେ ବଦଳାଇଥିଲେ।  ତା’ପରେ ଦୀପିକା ଫିଲ୍ମ କରିବାକୁ  ରାଜି ହେଲେ। 

କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା, ‘ସ୍ପିରିଟ୍‌’ ପାଇଁ ଦୀପିକାଙ୍କୁ ୨୦  କୋଟି ଟଙ୍କା ଦିଆଯାଇଛି। ପ୍ରଭାସଙ୍କ ଅପୋଜିଟ୍‌ରେ ସେ ନଜର ଆସିଥାନ୍ତେ। ଉଭୟ ‘କଲ୍‌କି ୨୮୯୮  ଏଡି’ରେ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲେ । ଏହି ଫିଲ୍ମର ସିକ୍ୱେଲରେ ପୁଣି ଦୁହେଁ ନଜର ଆସିବେ। ସନ୍ଦୀପଙ୍କ ଫିଲ୍ମ ଛାଡ଼ିବା ପରେ ଦୀପିକା ଏଟଲିଙ୍କ  ଅପ୍‌କମିଙ୍ଗ ତେଲୁଗୁ ଫିଲ୍ମ ସାଇନ୍‌  କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ । ଦୀପିକାଙ୍କ  ପୂର୍ବରୁ ମୃଣାଳ ଠାକୁର ଓ ଜାହ୍ନବୀ  କପୁରଙ୍କୁ ଏହି ଫିଲ୍ମରେ କାଷ୍ଟ୍‌ କରାଯାଇଛି ।  ଶାହରୁଖ୍‌ଙ୍କ ‘କିଙ୍ଗ୍‌’ର ସୁଟିଂ ଶେଷ କରିବା  ପରେ ଦୀପିକା ଏଟ୍‌ଲିଙ୍କ ଫିଲ୍ମ ସୁଟିଂରେ ଯୋଗ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.