ହିମାଚଳରେ ପ୍ରକୃତିର ତାଣ୍ଡବ ଜାରି, ଜଳ ପ୍ରଳୟ ଓ ଭୂ-ସ୍ଖଳନରେ ୭୧ ମୃତ, ଅନେକ ନିଖୋଜ

Published By : Prameya-News7 Bureau | August 17, 2023 IST

ସିମଲା: ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିଛି । ଜଳ ପ୍ରଳୟ ଓ ଭୂ-ସ୍ଖଳନ ଯୋଗୁ  ଗତ ୩ ଦିନ ମଧ୍ୟରେ ୭୧ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏପର୍ଯ୍ୟନ୍ତ ୧୩ରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କମିଯାଇଥିଲେ ମଧ୍ୟ ଏବେବି କିଛି ସ୍ଥାନରେ ଭୂ-ସ୍ଖଳନ ହେଉଛି । ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ତିନୋଟି ଜାତୀୟ ରାଜପଥ ସହିତ ପ୍ରାୟ ୭୦୦ରୁ ଅଧିକ ରାସ୍ତାରେ ଯାତାୟତ ଠପ ହୋଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ଜାରି ରହିଛି । ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛନ୍ତି । ବୁଧବାର ପୋଙ୍ଗ ଡ୍ୟାମ୍ କାଙ୍ଗଡ଼ାର ତଳି ଅଞ୍ଚଳରୁ ପ୍ରାୟ ୮୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଲଗାଣ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ ୭୧ ମୃତ୍ୟୁ ହୋଇଛି । ହେଲେ ବେସରକାରୀ ଭାବେ ଏହା ଅଧିକ । ଧ୍ବଂସାବଶେଷ ତଳୁ ବହୁ ସଂଖ୍ୟାରେ ମୃତଦେହ ଉଦ୍ଧାର କରାଯାଇଛି ।

wp:embed {"url":"https://www.prameyanews7.com/race-to-moon-chandrayaan-3s-vikram-lander-set-to-detach-today-luna-25-makes-lunar-orbit-entry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/race-to-moon-chandrayaan-3s-vikram-lander-set-to-detach-today-luna-25-makes-lunar-orbit-entry/
/wp:embed

ସେହିପରି ରବିବାର ପ୍ରବଳ ବର୍ଷା ଯୋଗୁ ସିମଲାର ସମରହିଲ୍, କୃଷ୍ଣନଗର ଏବଂ ଫାଗଲୀ ଇଲାକାରେ ଭୂ-ସ୍ଖଳନ ହୋଇଥିଲା । ଏପର୍ଯ୍ୟନ୍ତ ମାଟି ତଳୁ ୫୭ ଶବ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବନ୍ୟା ଓ ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ରାଜ୍ୟରେ ଏଯାଏଁ ୧୦ ହଜାର କୋଟିର କ୍ଷୟକ୍ଷତି ଅକଳନ କରାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛନ୍ତି । ଏହାକୁ ପୁନଃର୍ନିମାଣ କରିବାକୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଲାଗିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.