ହିଣ୍ଡନବର୍ଗର ଟାର୍ଗେଟ୍‌ ହେଲା ଆଉ ଏକ କମ୍ପାନୀ, ଦିନକରେ ୮୦ ପ୍ରତିଶତ ଖସିଲା ସେୟାର ମୂଲ୍ୟ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ ୭।୬: ଆମେରିକାର ବେଷ୍ଟ ସର୍ଟ ସେଲର ହିଣ୍ଡନବର୍ଗର ଟାର୍ଗେଟ୍‌ ପାଲଟିଛି ‘ଟିଙ୍ଗୋ ଗ୍ରୁପ୍’। ଏହି ଗ୍ରୁପ ଆଫ୍ରିକା, ସାଉଥ-ଇଷ୍ଟ ଏସିୟା ଓ ମିଡିଲ ଇଷ୍ଟରେ ଅପରେଟ ହେଉଛି। ଟିଙ୍ଗୋ ଗ୍ରୁପ ଚଳିତବର୍ଷ ହିଣ୍ଡନବର୍ଗର ଚତୁର୍ଥ ଟାର୍ଗେଟ୍ ହୋଇଥିବା ବେଳେ ଦିନକରେ ଗ୍ରୁପର ସେୟାର ମୂଲ୍ୟ ୮୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି। ଯାହା ଆଦାନୀ ଗ୍ରୁପର କୌଣସି କମ୍ପାନୀର ସେୟାର ମୂଲ୍ୟଠରୁ ମଧ୍ୟ ଢେର କମ୍ ହୋଇଯାଇଛି।

ନିଜର ଅଧା ସମ୍ପତ୍ତି ଦାନ କରିବେ Zerodha କୋ-ଫାଉଣ୍ଡର, ଏପରି କରିବାରେ ନିଖିଲ ହେଲେ ପ୍ରଥମ ଯୁବ ଭାରତୀୟ

ହିଣ୍ଡନବର୍ଗ ରିସର୍ଚ୍ଚ ଯେବେବି କୌଣସି କମ୍ପାନୀର ରିପୋର୍ଟ ଜାରି କରେ ସେତବେଳେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଥାଏ। ଯେଉଁଥିରେ କମ୍ପାନୀର ଦୋଷତ୍ରୁଟି ବଖାଣି ଥାଏ। ଏଥର ହିଣ୍ଡନବର୍ଗ ଟିଙ୍ଗୋ ଗ୍ରୁପର ସଂସ୍ଥାପକ ଡୋଜି ମୋମ୍ବୋସୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛି। ହିଣ୍ଡନବର୍ଗ ଗ୍ରୁପର ଫାଇନାନସିଆଲସ୍ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ ସ୍କାମ ବୋଲି କହିଛି। ଏହି ରିପୋର୍ଟ ପରେ ବଜାରରେ ଟିଙ୍ଗୋ ଗ୍ରୁପର ସେୟାର ପ୍ରଭାବିତ ହୋଇଛି। ଟିଙ୍ଗୋ ଇଂକ୍ ସେୟାର୍ସ ମୂଲ୍ୟ ୮୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି।  ବର୍ତ୍ତମାନ ସେୟାର ମୂଲ୍ୟରେ ୮୦.୭୩ ପ୍ରତିଶତ ହ୍ରାସ ହୋଇ ୦.୦୬୪ ଡଲାରରେ ପହଞ୍ଚି ଯାଇଛି।

{"id":799805,"width":841,"height":473,"sizeSlug":"full","linkDestination":"none"}

ଡୋଜି ମୋମ୍ବୋସୀ ଚଳିତବର୍ଷ ପ୍ରାରମ୍ଭରେ ବେଶ୍ ଚର୍ଚ୍ଚାରେ ଥିଲେ। ସେ ସକର ଟିମ୍‌ ସେଫିଲ୍ଡ ୟୁନାଇଟେଡକୁ କିଣିବାକୁ ଉଦ୍ୟମ କରିଥିଲେ। ଟିଙ୍ଗୋ ଏକ ଏଗ୍ରି ଫିନଟେକ୍‌ କମ୍ପାନୀ। ଡୋଜି ମୋମ୍ବସୀ ଏହାର ସଂସ୍ଥାପକ ହୋଇଥିବା ବେଳେ ଏହା ମୁଖ୍ୟତଃ ନାଇଜେରିଆରେ ଫାର୍ମିଂ ଓ ଫୁଡ ପ୍ରୋସେସିଂ ବିଜନେସ୍ ଉପରେ କେନ୍ଦ୍ରିତ ମୋବାଇଲ ଟେକ୍ନୋଲଜି ଓ ପେମେଣ୍ଟ ବିଜନେସ୍ ଅପରେଟ କରିଥାଏ। ହିଣ୍ଡନବର୍ଗ ଅନୁସାରେ ଡୋଜି ମୋମ୍ବସୀ ନାଇଜେରିଆର ପ୍ରଥମ ମୋବାଇଲ ପେମେଣ୍ଟ ଆପ୍‌ କରିଥିବାର ଦାବି କରିଥାନ୍ତି। ତେବେ ଏହା ମିଥ୍ୟା ବୋଲି ହିଣ୍ଡନବର୍ଗ କହିଛନ୍ତି। ଏ ବାବଦେ ଟିଙ୍ଗୋ ନିବେଶକଙ୍କୁ ମିଛ କହି ଭ୍ରମିତ କରିଥିବାର ହିଣ୍ଡନବର୍ଗ କହିଛି। ସେହିପରି ହିଣ୍ଡନବର୍ଗ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଟିଙ୍ଗୋ ଗ୍ରୁପ ତାଙ୍କର ମୋବାଇଲ ହ୍ୟାଣ୍ଡସେଟ୍ ଲିଜିଂ, କଲ ଓ ଡାଟା କାରବାରରୁ ଗତବର୍ଷ ୧୨୮ ମିଲିୟନ ଡଲାର ରେଭିନ୍ୟୁ ଅର୍ଜନ କରିଥିବାର ଦାବି କରିଛି।

ଜ୍ୱେଲରୀ ବଜାରକୁ ଓହ୍ଲାଇଲେ ଆଦିତ୍ୟବିରଳା ଗ୍ରୁପ୍, ବ୍ରାଣ୍ଡେଡ୍ ଆଭୂଷଣରେ ଏବେ ଟାଟା ଓ ରିଲାଏନ୍ସକୁ ଦେବେ ଟକ୍କର

କମ୍ପାନୀ ନାଇଜେରିଆରେ ଏହି ସେବା ଏୟାରଟେଲ ସହିତ ରାଜିନାମା କରି ଉପଲବ୍ଧ କରାଉଥିବା ଦାବି କରୁଛନ୍ତି। ତେବେ ଏୟାରଟେଲ ଆଫ୍ରିକା ନାଇଜେରିଆରେ ଟିଙ୍ଗୋ ଗ୍ରୁପ ସହ କୌଣସି ବ୍ୟବସାୟୀକ ସମ୍ବଦ୍ଧ ନାହିଁ ବୋଲି କହିଥିବା ହିଣ୍ଡନବର୍ଗ ଦାବି କରିଛନ୍ତି। ତେବେ ଟିଙ୍ଗୋ ଫାଇଲିଂରେ ତାର ମୋବାଇଲ କାରବାର ଏୟାରଟେଲ ସହିତ ଏକ ବୁଝାମଣାରେ ଚାଲିଥିବା ଦର୍ଶାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ହିଣ୍ଡନବର୍ଗ ୨୦୨୩ ମସିହାରେ ଆଦାନୀ ଗ୍ରୁପ, ଟ୍ୱିଟରର ସହ ସଂସ୍ଥାପକ ଜ୍ୟାକ୍ ଡୋର୍ସିଙ୍କ ବ୍ଲାକ୍ ଇଂକ ଓ କାର୍ଲ ଇକନର ମୁଖ୍ୟ ଫାର୍ମ ଇକନ ଏଣ୍ଟରପ୍ରାଇଜର୍ସକୁ ଟାର୍ଗେଟ କରିଥିଲା। ଫଳରେ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଗୁରୁତର ପ୍ରଭାବିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.