ସମ୍ବଲପୁର ୭।୧୨: ଗିରଫ ହେଲେ ବନ ବିଭାଗର କୋଟିପତି ବାବୁ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କୁ ଗିରଫ କଲା ସମ୍ବଲପୁର ଭିଜିଲାନ୍ସ । ଏନେଇ ସମ୍ବଲପୁର ଭିଜିଲାନ୍ସରେ ୨୮/୨୦୨୪ କେସ୍ ନମ୍ବରରେ ମାମଲା ରୁଜୁ ହୋଇଛି ।
ଶୁକ୍ରବାର ରେବତୀଙ୍କ ୯ଟି ସ୍ଥାନରେ ଏକ କାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ୧୪.୫ ଲକ୍ଷ ନଗଦ ଟଙ୍କା, ୧.୮୦ କୋଟି ଟଙ୍କାର ତିନି ମହଲା କୋଠା, ୪ଟି ଫ୍ଲାଟ, ୭ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ।
You Can Read:
ରାଜ୍ୟରେ ବଢୁଛି ମଦ ବିକ୍ରି, ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୫ କୋଟିର ଅବକାରୀ ରାଜସ୍ୱ