ଜାନୁଆରୀ ୧୬ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | January 16, 2025 IST

ମେଷ- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ଖୁସି ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ । 

ବୃଷ- ଅଧିକ ବ୍ୟୟର ଯୋଗ ରହିଛି । ମନ ଅସୁବିଧାରେ ପଡ଼ିବ। କ୍ରୋଧରୁ ଦୂରେଇ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ। ବିଦ୍ୟାର୍ଥୀମାନେ ମିଶ୍ର ଫଳ ପ୍ରାପ୍ତ କରିବେ ।

ମିଥୁନ- ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ | ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ । ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ ।

କର୍କଟ- ଅଧିକ ଆୟର ଯୋଗ ରହିଛି। ଦିନଟି ଉତ୍ତମ ଫଳ ଦେବ । ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେଇ ପାରେ। ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।

ସିଂହ- କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। ଦିନଟିରେ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ। ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ଦୂର ସ୍ଥାନକୁ ଯାତ୍ରା କରିବେ । ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।

କନ୍ୟା- ଦାନ ଧର୍ମ କରି ଦିନଟି କଟିବ। ମନରେ ସାମାନ୍ୟ ବିଷାଦ ସୃଷ୍ଟି ହୋଇପାରେ। ମନ ଖୁସି ହେବ, କିନ୍ତୁ ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ ।

ତୁଳା- ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ । ପରିବାରର ସହଯୋଗ ମିଳିବ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଅଟକିଥିବା କାର୍ଯ୍ୟର ପୁନଃ ଆରମ୍ଭ ହେବ । 

ବିଛା- ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ବିବାହିତ ଜୀବନ ଖୁସି ହେବ। ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ |

ଧନୁ- ମାନହାନି ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୁର୍ବଳ ହେବ। ଦିନରେ କିଛି ବାଧା ବିଘ୍ନ ଦେଖାଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

ମକର- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ଆର୍ଥିକ ସ୍ଥିତି ଠିକ ରହିବ ନାହିଁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ ।

କୁମ୍ଭ- ସୁଖ ସମ୍ମାନ ଲାଭ ହେବ। ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ ।

ମୀନ- ଧନକ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗରେ ଆଘାତ ଲାଗିପାରେ । କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହେବେ, ହେଲେ ମଧ୍ୟ ସମ୍ମାନ ପ୍ରାପ୍ତିର ଯୋଗ ରହିଛି ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.