ଫେବ୍ରୁଆରୀ ୧୧ ତାରିଖ, ମଙ୍ଗଳବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | February 11, 2025 IST

ମେଷ- ଦିନରେ ଅର୍ଥ ସଞ୍ଚୟ କରିବେ। ସ୍ବାସ୍ଥ୍ୟାବସ୍ଥା ଭଲ ରହିବ। ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଭ୍ରମଣର ଯୋଗ ରହିଛି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଦିନଟି ଭଲ ହେବ। ବିଦ୍ୟାର୍ଥୀମାନେ ଲାଭବାନ ହେବେ।

ବୃଷ- ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଚାକିରି କ୍ଷେତ୍ରରେ ସାମାନ୍ୟ ମତଭେଦ ସୃଷ୍ଟି ହେବ। ପରିବାର ସହ କିଛି ସ୍ମରଣୀୟ ସମୟ ଅତିବାହିତ କରିବେ। ବ୍ୟବସାୟ ଆଗକୁ ବଢ଼ିବ । ବନ୍ଧୁଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ଜମିବାଡ଼ି ସମ୍ବର୍ଦ୍ଧିତ କାର୍ଯ୍ୟ କରିବେ। ଜୀବନ ସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ନିଜ କାର୍ଯ୍ୟ ନିଜେ କରନ୍ତୁ। ଯାନବାହାନରେ ସତର୍କତା ଅବଲମ୍ବନ କଲେ ଭଲ । ବିଦ୍ୟାର୍ଥୀମାନେ ଆଶାବାଦୀ ହେବେ ।

କର୍କଟ- ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ। ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।

ସିଂହ- ଭ୍ରମଣ ଯାତ୍ରାରେ ଟଙ୍କା ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ ବିତର୍କ ହୋଇପାରେ । ଅତିଥିମାନେ ଘରକୁ ଆସିବେ। ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ନାହିଁ ।

କନ୍ୟା- ବ୍ୟବସାୟ ସମ୍ବର୍ଦ୍ଧିତ ଯାତ୍ରା କରିପାରନ୍ତି। ଶାରୀରିକ ଓ ମାନସିକ ସ୍ଥିତି ଠିକ୍‌ ରହିବ। କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ । ମାଲିମୋକଦ୍ଦମାରେ ବିଜୟ ହାସଲ କରିବେ । ଉଧାର ଦିଅନ୍ତୁ ନାହିଁ । ଉତ୍ତମ ଆୟର ଯୋଗ ରହିଛି  ।

ତୁଳା- ନିବେଶରୁ ଧନ ପ୍ରାପ୍ତି ହେବ । ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି ଚେଷ୍ଟିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମ କ୍ଷେତ୍ରରେ  ଜଗି ରଖି କାର୍ଯ୍ୟ କରନ୍ତୁ ।

ବିଛା- ଧନପ୍ରାପ୍ତିର ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥାର ଯତ୍ନ ନିଅନ୍ତୁ । ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଉଚ୍ଚ ସ୍ଥାନରୁ ସମ୍ମାନ ପାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସରକାରୀ ଯୋଜନାରୁ ଲାଭ ପାଇବେ।

ଧନୁ- ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଅଫିସରେ ଦିନଟି ଭଲ ହେବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି । ବାହାରେ ଖାଦ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ। ପିତାମାତାଙ୍କ ଆଶୀର୍ବାଦ ନେଇ ଘରୁ ବାହାରକୁ ଯାଆନ୍ତୁ ।

ମକର- ନୂତନ ଚାକିରିର ଯୋଗ ରହିଛି । ଭ୍ରମଣରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ ନୂତନ ଆଶା ଦେଖାଦେବ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଆତ୍ମ ସନ୍ତୋଷ ଲାଭ କରିବେ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ- ସୌଭାଗ୍ୟବାନ ହେବେ । ଆର୍ଥିକ ସଙ୍କଟ ଦୂର ହେବ। ଭ୍ରମଣ ଯୋଗୁଁ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବ । ଚାକିରିରେ ବଦଳି ଯୋଗ ମଧ୍ୟ ରହିଛି । ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଉତ୍ତମ ଫଳ ପ୍ରଦାନ କରିବ । 

ମୀନ- ଅର୍ଥ ଲାଭର ଯଥେଷ୍ଟ ସୂଚନା ରହିଛି । ଚାକିରିରେ ସ୍ଥାନାନ୍ତର ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଭଲ ରହିବ, ଯୋଗ ପ୍ରାଣାୟାମ କରନ୍ତୁ । ପରାମର୍ଶ ବିନା ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ                            

ଯୋଗାଯୋଗ – 8249826682

 

  • Horoscope
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.