ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାର ନାମକରଣ କେମିତି ହେଲା ? ଜାଣନ୍ତୁ ଏହା ପଛର ରୋଚକ କଥା

Published By : Prameya-News7 Bureau | August 23, 2023 IST

ନୂଆଦିଲ୍ଲୀ: ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ୪୦ ଦିନର ଲମ୍ବା ଯାତ୍ରା ପରେ ବୁଧବାର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରଯାନ-୨ ବିଫଳ ପରେ ଇସ୍ରୋ ଦ୍ଵାରା ଚନ୍ଦ୍ରଯାନ-୩  ମିଶନ ଜାରି ରହିଛି। ଏହି ଅଭିଯାନର ଉଦ୍ଦେଶ୍ୟ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ସ୍ଥିତି ବିଷୟରେ ବୈଜ୍ଞାନିକ ସୂଚନା ପ୍ରଦାନ କରିବା।  ଚନ୍ଦ୍ରଯାନ-୩ର  ଲ୍ୟାଣ୍ଡର ଆଜି ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟ୍‌ରେ ଚନ୍ଦ୍ରରେ ନରମ ଅବତରଣ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନର ଲ୍ୟାଣ୍ଡିଂ ମୋଡ୍ୟୁଲରେ ଲ୍ୟାଣ୍ଡର ବିକ୍ରମ ଓ ରୋବର ପ୍ରଜ୍ଞା ରହିଛି।

ଇସ୍ରୋ ଓ୍ବେବସାଇଟ୍ ଅନୁଯାୟୀ, ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞା ଚନ୍ଦ୍ରର ରସାୟନିକ ବିଶ୍ଳେଷଣ କରିବ। ଅବତରଣ କରିବାର ୨୦ ମିନିଟ୍ ପରେ ଲ୍ୟାଣ୍ଡରର ଦ୍ଵାର ଖୋଲିବ, ଯେଉଁଥିରୁ ରୋଭର ପ୍ରଜ୍ଞା ବାହାରିବ। ତ୍ରିରଙ୍ଗା ଓ ଇସ୍ରୋ ଲୋଗୋ ସହିତ ୬ ଚକ ବିଶିଷ୍ଟ ପ୍ରଜ୍ଞା ରୋଭର ଚନ୍ଦ୍ରରେ ସେକେଣ୍ଡ ପ୍ରତି ଏକ ସେମି ଗତି କରିବ। ବିକ୍ରମ ଲ୍ୟାଣ୍ଡରର ଦ୍ରବ୍ୟମାନ ୧୭୦୦ କିଲୋଗ୍ରାମରୁ ଅଧିକ ହେବ। ଏଥିରେ ଆମେରିକା ମହାକାଶ ଏଜେନ୍ସି ନାସାର ପେଲୋଡ ମଧ୍ୟ ରହିଛି।

wp:heading

କେମିତି ହେଲା ବିକ୍ରମର ନାମକରଣ ?

/wp:heading
Chandrayaan-3: क्या और कैसे काम करेंगे Vikram lander और Pragyan rover? -  what will be the work of vikram lander and pragyan rover ssc - AajTak
aaj tak

କଣ ଆପଣ ଜାଣିଛନ୍ତି କି, ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରର ନାମ ବିକ୍ରମ କାହିଁକି ରଖାଯାଇଛି ? ଭାରତର ମହାନ ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ନାମ ଆଧାରରେ ଏହାର ନାମ ବିକ୍ରମ ରଖାଯାଇଛି। ବିକ୍ରମ ସାରାଭାଇଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ। ସେ ଇସ୍ରୋର ନିର୍ମାତା ମଧ୍ୟ ଥିଲେ। ସେ ଅହମ୍ମଦାବାଦରେ ଫିଜିକଲ ରିସର୍ଚ୍ଚ ଲାବୋରାଟୋରୀ ସମେତ ବଡ଼ ସଂଖ୍ୟାରେ ଇନଷ୍ଟିଚ୍ୟୁଟ୍ ସ୍ଥାପିତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୬୯ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ସ୍ଥାପନାରେ ବିକ୍ରମ ସାରାଭାଇଙ୍କ ବଡ଼ ଉପଲବ୍ଧି ରହିଛି। ରୁଷର ସ୍ପୁଟନିକ ଲଞ୍ଚ୍ ପରେ ସେ ଭାରତ ସରକାରଙ୍କୁ ମହାକାଶ କାର୍ଯ୍ୟକ୍ରମର ମହତ୍ଵ ଏବଂ ବିଶେଷତ୍ଵ ବିଷୟରେ ବୁଝାଇଥିଲେ। ଏହି ପରି ଇସ୍ରୋର ସ୍ଥାପନାର ୫ ଦଶନ୍ଧି ପରେ ଭାରତ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଞ୍ଚି ପାରିଛି।

wp:heading

ରୋଭର ନାମକରଣ ପଛର କାହାଣୀ

/wp:heading
What will Chandrayaan-3s Pragyan rover do after it lands on the moon?
business today

ଚନ୍ଦ୍ରଯାନର ରୋଭରର ନାମ  ପ୍ରଜ୍ଞା ରହିଛି। ପ୍ରଜ୍ଞା ଜ୍ଞାନ ଓ ବୁଦ୍ଧିମତାର ସଂସ୍କୃତ ଶବ୍ଦ। ଉଲ୍ଲେଖନୀୟ ରୋଭର ପ୍ରଜ୍ଞାର କାମ ଲ୍ୟାଣ୍ଡର ବିକ୍ରମର ଅବତରଣ ପରେ ଆରମ୍ଭ ହେବ। ରୋଭର ପ୍ରଜ୍ଞା ଚନ୍ଦ୍ରରେ ଗୋଟିଏ ଦିନ କାମ କରିବ ଯାହା ପୃଥିବୀର ୧୪ ଦିନ ସହ ବରାବର। ଇସ୍ରୋର ବିଶେଷଜ୍ଞ ଲ୍ୟାଣ୍ଡର ଓ ରୋଭରରେ ଥିବା ୫ ବୈଜ୍ଞାନିକ ଉପକରଣରୁ ଆସିବାକୁ ଥିବା  ତଥ୍ୟର ବିଶ୍ଳେଷଣ କରିବେ। ଲ୍ୟାଣ୍ଡର ଓ ରୋଭର ଆଖପାଖର ପରିବେଶର ଅଧ୍ୟୟନ କରିବା ପାଇଁ ଗୋଟିଏ ଚନ୍ଦ୍ର ଦିବସ ଅର୍ଥାତ ପୃଥିବୀର ୧୪ ଦିନ ମିଶନରେ ରହିବେ। ଏହି ସମୟରେ ଲ୍ୟାଣ୍ଡର-ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରରେ ରାତିରେ ବିଯୁକ୍ତ ୨୩୮ ଡିଗ୍ରୀ ସେଲସିୟସ ଥଣ୍ଡା ତାପମାତ୍ରାରେ କାମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.