ଭୁବନେଶ୍ବର: କଂଗ୍ରେସରେ ଯୋଗ ଦେଇଛନ୍ତି ବିଜେଡି ଦଳର ଶତାଧିକ କର୍ମୀ। ସୋମବାର ମୟୁରଭଞ୍ଜ ଜିଲ୍ଲାର କିଛି ନେତା ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ ଆଜି ବିଧିବଦ୍ଧ ଭବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ସେହିଭଳି ଢେଙ୍କାନାଳ ଜିଲ୍ଲା, ଜଗତସିଂହପୁର ଜିଲ୍ଲାର ମଧ୍ୟ ଅନେକ ନେତା ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
ସେପଟେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ମଧ୍ୟ କିଛି ଯୁବକ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଅନ୍ୟ ଦଳର ନେତା, କର୍ମୀ ଏବଂ ଯୁବକଙ୍କ ଯୋଗ ଦାନାରେ କଂଗ୍ରେସ ଦଳ ଅଧିକ ମଜଭୁତ ହେବ ବୋଲି କହିଛନ୍ତି ପିସିସି ସଭାପତି।