ପାକିସ୍ତାନର ମ୍ୟାଚ୍‌କୁ ନେଇ ଚିନ୍ତାରେ ବିସିସିଆଇ, ବିଶ୍ୱକପ ସୂଚୀରେ ପୁଣି ଥରେ ହୋଇପାରେ ପରିବର୍ତ୍ତନ

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପ ୨୦୨୩ର ଆରମ୍ଭକୁ ଦୁଇ ମାସରୁ ବି କମ ସମୟ ରହିଛି । ଏହାରି ଭିତରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ ବିସିଆଇକୁ ୱାର୍ଲଡ କପ୍ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଦାବି କରିଛି । ବିସିସିଆଇ, ଆଇସିସି ସହ ମିଶି ବିଶ୍ୱକପ ୨୦୨୩ର ୧୦୦ ଦିନ ପୂର୍ବରୁ ଖେଳ ସୂଚୀ ଜାରି କରିଥିଲା । କିନ୍ତୁ କିଛି ଦିନ ପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସହ ମୋଟ ୯ଟି ମ୍ୟାଚର ତାରିଖ ଏବଂ ସମୟରେ ପରିବର୍ତ୍ତନ କରାଯାଇଥିଲା । ସୁରକ୍ଷା ସହ ଅନ୍ୟ କାରଣରୁ ଏହି ପରିବର୍ତ୍ତନ କରାଯାଇଥିଲା । ଏହାରି ଭିତରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ ପୁଣି ଥରେ ସିଡ୍ୟୁଲରେ ପରିବର୍ତ୍ତନ ପାଇଁ ଦାବି କରି ବିସିସିଆଇର ଚିନ୍ତାକୁ ବଢାଇଛି । ଏଚସିଏ ଯେଉଁ ମ୍ୟାଚର ତାରିଖ ପରିବର୍ତ୍ତନ ପାଇଁ ଦାବି କରିଛି, ସେଥିରେ ଗୋଟିଏ ପାକିସ୍ତାନର ରହିଛି ।

ରିପୋର୍ଟ ଅନୁସାରେ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ ଦ୍ୱାରା ବିସିସିଆଇକୁ ଏକ ଚିଠି ଲେଖାଯାଇଛି । ଏଥିରେ ଦୁଇ ମ୍ୟାଚ୍ ମଧ୍ୟରେ ସମୟ ଦିଆଯିବା ପାଇଁ ଦାବି କରାଯାଇଛି । ବର୍ତ୍ତମାନର ସୂଚୀ ଅନୁସାରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ମ୍ୟାଚ୍ ହେବ । ଏହାର ପର ଦିନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ହେବ ।

ପଢନ୍ତୁ: ଭାରତ-ଆୟର୍ଲାଣ୍ଡ ୨ୟ ଟି-୨୦ ମ୍ୟାଚ୍‌, ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ବୁମ୍‌ରାହ ବାହିନୀ

ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପ୍ରଥମେ ଅକ୍ଟୋବର ୧୨ରେ ଖେଳା ଯାଇଥାନ୍ତା । କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍ ଅକ୍ଟୋବର ୧୫ ପରିବର୍ତ୍ତେ ୧୪ କରାଯିବା ପରେ, ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚକୁ ଅକ୍ଟୋବର ୧୦ ପାଇଁ ସ୍ଥିର କରାଯାଇଥିଲା । ଅନ୍ୟପଟେ ପାକିସ୍ତାନ-ନେଦରଲାଣ୍ଡ ବିପକ୍ଷରେ ଅକ୍ଟୋବର ୬ରେ ଏହି ମୈଦାନରେ ମ୍ୟାଚ୍ ଖେଳାଯିବ ।

ହାଇଦ୍ରାବାଦ ପୋଲିସ ବ୍ୟାକ୍-ଟୁ-ବ୍ୟାକ୍ ମ୍ୟାଚ୍, ବିଶେଷ କରି ପାକିସ୍ତାନ ମ୍ୟାଚ୍ ପାଇଁ ସୁରକ୍ଷା ପ୍ରଦାନ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ଅଗଷ୍ଟ ୨୫ରୁ ବିଶ୍ୱକପ ୨୦୨୩ ପାଇଁ ଟିକଟ ବିକ୍ରି ଆରମ୍ଭ ହେବ । ବିଶ୍ୱକପ କ୍ରିକେଟର ପ୍ରଥମ ମୁକାବିଲା ଗତଥର ଚାମ୍ପିୟନ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଭାରତ ନିଜ ବିଶ୍ୱକପ ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ । ନଭେମ୍ୱର ୧୯ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ ।

Also read:ବିଶ୍ଵକପ୍‌ ୨୦୨୩ର ମାସ୍କଟ ଲଞ୍ଚ୍, ଦେଖିବାକୁ ମିଳିଲା କୋହଲି ଓ ବୁମରାଙ୍କ ଝଲକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.