ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର ! ମ୍ୟାଜିକ୍ ସଂଖ୍ୟା ପାର୍ କଲା ଲେବର ପାର୍ଟି, ସୁନକ୍‌ଙ୍କ ପରାଜୟ ସ୍ବୀକାର

Published By : Prameya-News7 Bureau | July 05, 2024 IST

ଲଣ୍ଡନ,୦୫/୦୭: ବ୍ରିଟେନରେ ଏଣିକି ନୂଆ ସରକାର । ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର । ସାଧାରଣ ନିର୍ବାଚନରେ ଲେବର ପାର୍ଟିକୁ ବହୁମତ ମିଳିଛି । ୧୪ ବର୍ଷ ସରକାରରେ ଥିବା ରୁଷି ସୁନକଙ୍କ କଞ୍ଜର୍ଭେଟିଭ୍ ପାର୍ଟି ପତନ ମୁହାଁ । ହାଉସ୍ ଅଫ୍ କମନ୍ସରେ ଭୋଟ୍ ଗଣତି ଜାରି ରହିଛି । ଶେଷ ଖବର ସୁଦ୍ଧା କୈର ଷ୍ଟାର୍ମରଙ୍କ ଲେବର ପାର୍ଟି ମ୍ୟାଜିକ୍ ନମ୍ବର ପାର୍ କରି ୩୪୪ ସିଟ୍‌ରେ ବିଜୟୀ ହୋଇଛି । ଦଳ ଏଥର ସରକାର ଗଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ସେପଟେ କଞ୍ଜର୍ଭେଟିଭ୍ ପାର୍ଟିକୁ ମାତ୍ର ୭୨ଟି ଆସନ ମିଳିଛି । ଏପଟେ ଜନାଦେଶକୁ ନେଇ ପ୍ରଧାନମନ୍ତ୍ରୀ ଋଷି ସୁନାକ ପରାଜୟ ସ୍ବୀକାର କରିଛନ୍ତି। ଋଷି ସୁନାକ୍ ରିଚମଣ୍ଡ ଏବଂ ନର୍ଥଲର୍ଟନରେ ନିଜର ଆସନରେ ବିଜୟ ଧାରା ବଜାୟ ରଖିଛନ୍ତି । 

ସୁନକ କହିଛନ୍ତି, ଯେ 'ସାଧାରଣ ନିର୍ବାଚନରେ ଲେବର ପାର୍ଟି ଜିତିଛି ଏବଂ ତାଙ୍କୁ ବିଜୟ ଶୁଭେଚ୍ଛା ଜଣାଇଛି । ଏହାଛଡ଼ା ସେ କହିଛନ୍ତି, ମୁଁ ବର୍ତ୍ତମାନ ଲଣ୍ଡନ ଯିବି। ସେଠାରେ ନିର୍ବାଚନ ଫଳାଫଳ ବିଷୟରେ ପାର୍ଟି ନେତାଙ୍କ ସହିତ ଆଲୋଚନା କରାଯିବ ।


ଏକ୍‌ଜିଟ ପୋଲ୍‌ରେ ଲେବର ପାର୍ଟିକୁ ମିଳିଥିଲା ବହୁମତ: ଭୋଟ୍ ଦେବା ପରେ ଏକଜିଟ୍ ପୋଲ୍ ମଧ୍ୟ ପ୍ରକାଶ କରିଥିଲା ଯେ 'କୈର ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଥିଲା। ତାଙ୍କ ଲେବର ପାର୍ଟି ସାଧାରଣ ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ସହ ଜିତିବ, ଏକଜିଟ୍ ସର୍ଭେରେ ଋଷି ସୁନାକଙ୍କ କଞ୍ଜର୍ଭେଟିଭ ପାର୍ଟି ପାଇଁ ଏକ ବଡ଼ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଏକଜିଟ୍ ସର୍ଭେରୁ ଜଣାପଡିଛି, ଯେ ଲେବର ପାର୍ଟି ୬୫୦ ସିଟ୍ ବିଶିଷ୍ଟ ସଂସଦରେ ୪୧୦ଟି ଆସନ ଜିତିବ । ଫଳରେ ୧୪ବର୍ଷ ଧରି ଶାସନ କ୍ଷମତାରେ ଥିଲା କଞ୍ଜର୍ଭେଟିଭ୍ ସରକାରର ପତନ ହେବ। ଗଣନା ଠାରୁ ଖବର ଲେଖାଯିବା ସୁଦ୍ଧା ଏକଜିଟ୍ ପୋଲ ଆକଳନ ମଧ୍ୟ ସମାନ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.