ବ୍ରିଟେନ ନିର୍ବାଚନରେ ଦମ୍ ଦେଖାଇଲେ ଭାରତୀୟ ବଂଶୋଭବ, ଜିତିଲେ ୨୮ ପ୍ରାର୍ଥୀ

Published By : Prameya-News7 Bureau | July 06, 2024 IST

India.com

ନୂଆଦିଲ୍ଲୀ: ବ୍ରିଟେନ ନିର୍ବାଚନରେ ଦମ୍ ଦେଖାଇଛନ୍ତି ଭାରତୀୟ ବଂଶୋଭବ।  ରେକର୍ଡ ସଂଖ୍ୟକ ୨୮ ଜଣ ଭାରତୀୟ ବଂଶୋଭବ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ବ୍ରିଟେନ ନିର୍ବାଚନର ଫଳାଫଳ ଶୁକ୍ରବାର(ଜୁଲାଇ ୫)ରେ ଆସିଥିଲା। ଋଷି ସୁନକଙ୍କ କନଜରଭେଟିଭ୍ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ଏହି ନିର୍ବାଚନରେ ୪୦୦ରୁ ଅଧିକ ସିଟ୍‌ରେ ଲେବର ପାର୍ଟି ଜିତିଛି। ଲେବର ପାର୍ଟିର କିର ଷ୍ଟାର୍ମର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜେରେମି କର୍ବିନଙ୍କ ସ୍ଥାନରେ ଷ୍ଟାର୍ମର୍ ୨୦୨୦ରେ ଲେବର ପାର୍ଟିର ନୂଆ ନେତା ଭାବରେ ନିର୍ବାଚିତ ହୋଇଥିଲେ।

ବ୍ରିଟେନରେ ଜିତିଥିବା ଭାରତୀୟ ବଂଶୋଭବ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସଦସ୍ୟ ଶିଖ ସମ୍ପ୍ରଦାୟରୁ ଆସିଛନ୍ତି। ଏଥିରେ ୬ ଜଣ ମହିଳା ମଧ୍ୟ ଅଛନ୍ତି। ସମସ୍ତ ବିଜେତା ଶିଖ ସାଂସଦ ଲେବର ପାର୍ଟିର। ଏଥିମଧ୍ୟରୁ ୯ ଜଣ ସାଂସଦ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ସେଠାରେ ଦୁଇଜଣ ସାଂସଦଙ୍କୁ ତୃତୀୟ ଥର ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି। ସେହିଭଳି ଜଣେ ଶିଖ ସାଂସଦ ଦ୍ୱିତୀୟ ଥର ପାଇଁ ସଂସଦକୁ ଯିବାର ସୁଯୋଗ ପାଇଛନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଶିଖ ସାଂସଦ ପ୍ରୀତ କୌର ଗିଲ ଏବଂ ତନମାନଜିତ ସିଂ ତୃତୀୟ ଥର ପାଇଁ ଲେବର ପାର୍ଟି ଟିକେଟରେ ବର୍ମିଂହାମ ଏଜବାଷ୍ଟନ୍ ଏବଂ ସ୍ଲୋରେ ଜିତିଛନ୍ତି। ନଟିଂହାମ ଇଷ୍ଟରୁ ଦ୍ୱିତୀୟ ଥର ପାଇଁ ନାଦିଆ ୱିଟୋମ ଜିତିଥିଲେ। ଯେତେବେଳେ 2019 ରେ ପ୍ରଥମ ଥର ପାଇଁ ୱିଟୋମ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ୨୩ ବର୍ଷ ବୟସରେ ସଂସଦର ସର୍ବକନିଷ୍ଠ ସାଂସଦ ଥିଲେ। ନାଦିଆ ନିଜକୁ କ୍ୟାଥୋଲିକ୍ ଶିଖ୍ ବୋଲି କୁହନ୍ତି।

କିରିଥ ଏଣ୍ଟୱିଷ୍ଟଲ କିରିଥ ଅହଲୁୱାଲିଆ ଭାବରେ ମଧ୍ୟ ଜଣାଶୁଣା। ବୋଲଟନ୍ ଉତ୍ତର-ପୂର୍ବ ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା । ଡୁଡଲେ ସଂସଦୀୟ ଆସନରୁ ସୋନିଆ କୁମାର ମଧ୍ୟ ପ୍ରଥମ ମହିଳା ସାଂସଦ ହୋଇଛନ୍ତି। ସେହିଭଳି ହରପ୍ରୀତ କୌର ଅପପାଲ ମଧ୍ୟ ହଡର୍ସଫିଲ୍ଡ ସଂସଦୀୟ ଆସନ ଜିତି ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି। ଶିଖ ସାଂସଦଙ୍କ କଥା କହିବାକୁ ଗଲେ କାନାଡାରେ ୧୮ ଜଣ ସାଂସଦ ଥିବା ବେଳେ ବ୍ରିଟେନ ୧୨ ସାଂସଦଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ଋଷି ସୁନକ ରିଚମଣ୍ଡ ଆଣ୍ଡ ନର୍ଥଲର୍ଟନ୍ ନିର୍ବାଚନମଣ୍ଡଳୀରୁ ଜିତିଛନ୍ତି। ସେ ଜିତିଥିବା କନଜରଭେଟିଭ୍ ପାର୍ଟିର ସେହି ଭାରତୀୟ ସାଂସଦମାନଙ୍କ ମଧ୍ୟରୁ ଜଣେ। କନଜରଭେଟିଭ୍ ପାର୍ଟି ନେତା ତଥା ପୂର୍ବତନ ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ ଏବଂ ପ୍ରୀତି ପଟେଲ ଏବଂ ସୁନକଙ୍କ ସହକର୍ମୀ କ୍ଲେୟାର କାଉଟିନୋ ମଧ୍ୟ ନିଜ ନିଜ ଆସନରେ ଜିତିଛନ୍ତି। ଓ୍ୱେଷ୍ଟ ହର୍ଟଫୋର୍ଡଶାୟାରରୁ ଗଗନ ମୋହିନ୍ଦ୍ର ଏବଂ ଲିଭେଷ୍ଟର ଇଷ୍ଟରୁ ଶିବାନୀ ରାଜା ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.