ପୂର୍ବ କାଙ୍ଗୋରେ ବଡ଼ ଦୁର୍ଘଟଣା, ଡଙ୍ଗା ବୁଡ଼ି ୮୭ ଯାତ୍ରୀ ମୃତ

Published By : Prameya-News7 Bureau | October 04, 2024 IST

ନୂଆଦିଲ୍ଲୀ: ପୂର୍ବ କାଙ୍ଗୋରେ ଏକ ବଡ଼ ଦୁର୍ଘଟଣା ଘଟିଛି । କିଭୁ ହ୍ରଦରେ ୨୭୮ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଏଥିରେ ଦୁର୍ଘଟଣାରେ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣା ପରେ ୫୦ ଲୋକଙ୍କ ଉଦ୍ଧାର କରାଯାଇଥିବା ବେଳେ ଏବେବି ବହୁ ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି । ଲୋକଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦକ୍ଷିଣ କିଭୁ ପ୍ରାନ୍ତର ଗଭର୍ଣ୍ଣର ଜିନ- ଜ୍ୟାକ୍ସ ପୁରୁସି କହିଛନ୍ତି ଯେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯାତ୍ରୀଙ୍କୁ ଧରି ଯାଉଥିବା ଡଙ୍ଗା କିଭୁ ହ୍ରଦରେ କିଟୁକୁ ବନ୍ଦରର କିଛି ମିଟର ଦୂରରୁ କୂଳରେ ଲଗାଇବା ପାଇଁ ଉଦ୍ୟମ କରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟି ଡଙ୍ଗାଟି ବୁଡ଼ି ଯାଇଛି । ଅନ୍ୟପଟେ ରାଷ୍ଟ୍ରପତି ଟିନୁବୁ ପୀଡ଼ିତଙ୍କ ପରିବାର ଏବଂ ନାଇଜର ସରକାରଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି । ଏହାସହ ଜଳମାର୍ଗ ପ୍ରାଧିକରଣକୁ ନାଇଜର ରାଜ୍ୟ ଏବଂ ସାରା ଦେଶରେ ଲଗାତାର ଘଟି ଚାଲିଥିବା ଡଙ୍ଗା ବୁଡ଼ି ଘଟଣା ରୋକିବା ଉପାୟ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ମୁଖପାତ୍ର ବାୟୋ ଓନାନୁଗା ଏକ ବୟାନରେ କହିଛନ୍ତି ଯେ ରାଷ୍ଟ୍ରପତି NIWAକୁ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାତିରେ ଡଙ୍ଗାରେ ପରିବହନ କଟକଣାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଙ୍ଗୋରେ ଡଙ୍ଗା ଦୁର୍ଘଟଣା ମଧ୍ୟ ଆଫ୍ରିକୀୟ ଦେଶରେ ଆଜି ଯାଏରେ ସବୁଠୁ ବଡ଼ ଦୁର୍ଘଟଣା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.