ମୁମ୍ୱାଇ ୧୮/୦୨: ଶେଷରେ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ । IAS ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି । କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ନିହାତି ଦୁର୍ଭାଗ୍ୟଜନକ ।
ଯାଞ୍ଚ ବ୍ୟୁରୋ ରେଡ୍ ତରିକା ଠିକ୍ ନଥିଲା ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ । ବିନା FIRରେ କିପରି ମୋ ଘରେ ରେଡ୍ କରାଗଲା ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ । ଏସବୁରେ ଅତିଷ୍ଟ ହୋଇ ମୁଁ ଆଜି ମୋ ପଦରୁ ଇସ୍ତଫା ଦେଉଛି । ମୋ ପ୍ରତି ଅବିଚାର ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କ ଇସ୍ତଫା ପତ୍ରକୁ ଏଯାଏଁ ଗ୍ରହଣ କରାଯାଇନି ।
ସୂଚନା ଥାଉକି, ଆଜି ସକାଳେ ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଥିଲା ସିବିଆଇ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ୮ ଜଣିଆ ଟିମ୍ର ଖୋଳତାଡ । ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ରେଡ୍ କରାଯାଉଛି । ସକାଳୁ ସକାଳୁ ରେଡ୍ କରିଛି ସିବିଆଇ । ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଛି ରେଡ୍।
ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି। କିନ୍ତୁ ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି ଖୋଦ୍ ବିଷ୍ଣୁପଦ।