ସିବିଆଇ ରେଡ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଷ୍ଣୁପଦ, କହିଲେ ଦୋଷୀ କିଏ ଭୋଗୁଛି କିଏ?

Published By : Prameya-News7 Bureau | February 18, 2025 IST

ମୁମ୍ୱାଇ ୧୮/୦୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ ପଡିବା ନେଇ ଭଡକିଛନ୍ତି ବିଷ୍ଣୁପଦ । ସେ କହିଛନ୍ତି ବିନା ଦୋଷରେ ମୋ ଘରେ ରେଡ୍ କରାଯାଉଛି । ଏମିତିକି ମୋ ପରିବାର ଅଛନ୍ତି, ବିନା ଲେଡି ଅଫିସରରେ ଆସିଛନ୍ତି ଅଧିକାରୀ । ଏହା ନିହାତି ଦୁର୍ଭାଗ୍ୟଜନକ । ଆହୁରି କହିଛନ୍ତି, ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ଏବେ ସିବିଆଇ ମୋ ଉପରେ ଯେଉଁସବୁ ଅଭିଯୋଗ ଆଣୁଛି ସେସବୁ ଭିତ୍ତିହୀନ  ବରଂ ତାଙ୍କୁ ଅଯଥା ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ବିଷ୍ଣୁପଦ । କାହା ପ୍ରରୋଚନାରେ ଏସବୁ ହେଉଛି ମୁଁ ଜାଣିନି । ବରିଷ୍ଠ IAS ଅଧିକାରୀ କହିଛନ୍ତି ମୋ ନାଁରେ କୌଣସି ସଂପର୍କ ନାହିଁ । 

ବିନା କାରଣରେ ଆସି ମୋ ଘରେ ରେଡ୍‌ କରୁଛି ସିବିଆଇ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ଚଞ୍ଚଳ ମୁଖାର୍ଜୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । କିନ୍ତୁ ସିବିଆଇ ଟିମ୍‌ ତାଙ୍କୁ ନଧରି ଆମ ଘରେ ଆସି ରେଡ୍‌ କରୁଛନ୍ତି । ବ୍ରିଜ୍ ଆଣ୍ଡ ରୁଫ୍‌ କମ୍ପାନୀ ସହ ଲିଙ୍କ୍‌ ନେଇ ଖୋଳତାଡ଼ କରୁଛି ସିବିଆଇ ।  


ବିଷ୍ଣୁପଦ ସେଠୀ ଆହୁରି କହିଛନ୍ତି, "ମୁଁ ୩୦ ବର୍ଷ ଧରି ସ୍ୱଚ୍ଛତାର ସହ କାମ କରିଛି । ମୁଁ ଜଣେ ଦଳିତ ବଞ୍ଚିତ ବର୍ଗର ଗୋଟିଏ ଅଫିସର । ଆପଣ ନୂଆପଡ଼ା, ସୋନପୁର ଓ ରାୟଗଡ଼ା ଯାଆନ୍ତୁ ମୋ ନାଁ ଶୁଣିବେ । ମହିମା ଧର୍ମ ପ୍ରଚାର ପ୍ରସାର ବି କରିଛି । ସୋନପୁରରେ ଗାଁ ଗାଁରେ ମୋ ନାଁ ପାଇବେ । ରାୟଗଡ଼ାରେ ୩ ମାସରେ ଆଦିବାସୀମାନଙ୍କୁ ସେମାନଙ୍କ ଜମି ଫେରାଇଛି । 

ଚଞ୍ଚଲ ମୁଖାର୍ଜୀ ବୋଲି ଜଣେ ଦଲାଲ ରହିଛନ୍ତି, ୨୦୧୬-୧୭ରୁ ଆଦିବାସୀ ହରିଜନ ବିଭାଗରେ  କାମ କରୁଛନ୍ତି । ସରକାରୀ ସେକ୍ରେଟାରୀକୁ ସେ ଅବାଧ ପ୍ରବେଶ କରୁଥିଲେ । ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କମ୍ପାନି ସହିତ ମୋର କିଛି ସମ୍ପର୍କ ନାହିଁ । ଯେହେତୁ ମୋ ନାଁରେ କୌଣସି ୠଓଜ ନଥିଲା ତେଣୁ ତଦନ୍ତ ପ୍ରକ୍ରିୟାରେ ବାଧା ନଦେବାକୁ ମୁଁ ଚୁପ୍ ରହିଥିଲି ।


ତେବେ ଏହି ସମୟରେ ବିଷ୍ଣୁପଦ ସେଠୀ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହେଉଥିବା ବି ଦେଖିବାକୁ ମିଳିଥିଲା । ବରିଷ୍ଠ ଆଇଏଏସ୍ ଅଧିକାରୀ କହିଛନ୍ତି ସେ ସବୁ ସମନରେ ଯାଇ ହାଜର ହୋଇଛନ୍ତି । ସିବିଆଇ ଟିମ୍‌ ଆମ ସହିତ ଜବରଦସ୍ତ କରିଛନ୍ତି । ଖାଲି ମୋ ଘରେ ନୁହେଁ ମୋ ଝିଅ ବର୍ତ୍ତମାନ ଆଇଆଇଏମ୍‌ରେ ପାଠ ପଢ଼ୁଛି ଏମାନେ ସେଠାକୁ ଯାଇ ବି ତାକୁ ହଇରାଣ କରିଛନ୍ତି । ସେ ୨୦୧୪-୧୫ରୁ ମାନସିକ ଅବସାଦ ଗସ୍ତ ରହିଛି । ତାର ଯଦି କିଛି ହୁଏ, ତାହେଲେ ଏମାନେ ହିଁ ଦାୟୀ ରହିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.