'ଇସ୍ରାଏଲର ଅପରେସନ ନରସଂହାର ନୁହେଁ': ଆଇଡିଏଫ୍‌ କହିଲା- ହମାସ୍‌ର ଚିତ୍କାର ମିଛ

Published By : Prameya-News7 Bureau | October 20, 2024 IST

News7

ନୂଆଦିଲ୍ଲୀ: ଗାଜାର ସାଧାରଣ ନାଗରିକଙ୍କ ଉପରେ ହମଲା କରୁଛି କି ଇସ୍ରାଏଲ? ଏହି ପ୍ରଶ୍ନକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଥିବା ବେଳେ ମୁହଁ ଖୋଲିଛି ଇସ୍ରାଏଲ। ଗାଜାରେ ହମଲାରେ ମୃତକଙ୍କ ସଂଖ୍ୟା ସେତିକି ନୁହେଁ , ଯେତିକି ହମାସ ବିଶ୍ୱ ସମ୍ମୁଖରେ ଦେଖାଉଛି। ଏହା କହିଛି ଇସ୍ରାଏଲର ସେନା ଆଇଡିଏଫ୍। ଆଇଡିଏଫ୍ କହିଛି ଯେ ଗାଜାରେ ଇସ୍ରାଏଲର ଏହି ଅପରେସନକୁ ନରସଂହାର କୁହାଯାଇପାରିବନି। 

ହମାସର ପ୍ରମୁଖ ଗଡ଼ କୁହାଯାଉଥିବା ଗାଜାରେ ମୃତକଙ୍କ ସଂଖ୍ୟା ୪୫ ହଜାର ଅତିକ୍ରମ କରିସାରିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଓ ଶିଶୁ ଅଛନ୍ତି। ଗାଜାର ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି।

ହମାସ କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୮୭ ଜଣ ପ୍ରାଣ ହରାଇଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲ ସେନା ଆକ୍ରମଣରେ ୮୭ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଇସ୍ରାଏଲ ସେନା କହିଛି ଯେ ଏହା ଉତ୍ତର, କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜାର କିଛି ଅଂଶରେ ଆକ୍ରମଣ ଜାରି ରହିଛି। ଗ୍ରାଉଣ୍ଡ ଏବଂ ଏୟାର ଷ୍ଟ୍ରାଇକ୍ ସମୟରେ ଏଯାବତ ୧୦ ହଜାର ଆତଙ୍କବାଦୀଙ୍କୁ ହତ୍ୟା କରିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.