୭୪ ବର୍ଷରେ ପାଦ ଥାପିଲେ ନେତାନ୍ୟାହୁ, ପ୍ରତିରକ୍ଷା ବାହିନୀର ସୈନିକରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ ୨୧/୧୦: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ୨୧ ଅକ୍ଟୋବର ୧୯୪୯ରେ ତେଲ ଅଭିବର  ୟେହୁଦୀ ପରିବାରରେ ଜନ୍ମ । ଜେରୁଜେଲମ ଓ ଆମେରିକାରେ ଥିଲା ପାଠପଢା କରିଥିଲେ । ସେ ୧୯୭୫ରେ ସ୍ନାତକ ସାରି ୧୯୭୬ରେ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ । 

୫ ବର୍ଷ ଧରି ଇସ୍ରାଏଲ ପ୍ରତିରକ୍ଷା ବାହିନୀରେ ଡିଫେନ୍ସ ପ୍ରତିରକ୍ଷା ବାହିନୀର ସୈନିକ ଭାବରେ କାର୍ଯ୍ୟ କରିଥିଲେ ନେତାନ୍ୟାହୁ । ଏହା ପରେ, ୧୯୮୦ ରୁ ୧୯୮୨ ପର୍ଯ୍ୟନ୍ତ ସେ ଜେରୁଜେଲମରେ RIM ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ଇସ୍ରାଏଲର ନେତାମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିଥିଲେ । ୧୯୮୮ରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଯାତ୍ରା  । 

ନେତାନ୍ୟାହୁ ଦକ୍ଷିଣପନ୍ଥୀ ଲିକୁଦ ଦଳର ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । ୧୯୯୩ରେ, ନେତାନ୍ୟାହୁ ଲିକୁଦ୍ ଦଳର ସଭାପତି ତଥା ବିରୋଧୀ ଦଳର ନେତା ମଧ୍ୟ ଥିଲେ । ୧୯୯୬ରେ, ନେତାନ୍ୟାହୁ ପ୍ରଥମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ ଇସ୍ରାଏଲର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୯ ରେ ଲିକୁଦ୍ ଦଳର ପରାଜୟ ପରେ ନେତାନ୍ୟାହୁଙ୍କୁ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡିଲା ।

୨୦୦୫ସେ ପୁଣି ଥରେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୯ ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପରେ, ୨୦୧୩ ଏବଂ ୨୦୧୫ ରେ ମଧ୍ୟ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍। ଗ୍ରହଣ କଲେ। ୨୦୧୬ ମସିହାରେ ନେତାନ୍ୟାହୁ ଷଷ୍ଠ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.