ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଲା ହାରିସଙ୍କୁ ବଡ଼ ଝଟକା, ପ୍ରଥମ ଥର ସର୍ଭେରେ ଆଗରେ ଟ୍ରମ୍ପ

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ଦୁଇ ସପ୍ତାହ ରହିଛି । ଏହାରି ଭିତରେ କିନ୍ତୁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସଙ୍କୁ ବଡ଼ ଝଟକା ଲାଗିଛି । ପ୍ରଥମ ଥର ନିର୍ବାଚନୀ ସର୍ଭେରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଦାୟୀ ଉପରାଷ୍ଟ୍ରପତି ହମଲା ହାରିସଙ୍କୁ ପଛରେ ପକାଇଛନ୍ତି । ଡିସିଜନ ଡେସ୍କ ହଲ୍‌ର ସଦ୍ୟ ସର୍ଭେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ କମଲାଙ୍କଠାରୁ ୪ ପ୍ରତିଶତ ଆଗରେ ଅଛନ୍ତି । ଡ୍ରୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଅନୁମାନ ଏବେ ୫୨ ପ୍ରତିଶତ ଥିବା ବେଳେ କମଲା ହାରିସଙ୍କ ଜିତିବା ସମ୍ଭାବନା ୪୮ ପ୍ରତିଶତ ରହିଛି ।

ଡିଭିଜନ୍ ଡେସ୍କ କହିଛି ଯେ ଯଦିଓ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପ୍ରତିଶତ ଅଧିକ ରହିଛି, କିନ୍ତୁ ପରିଣାମ ସ୍ପଷ୍ଟ ନାହିଁ । ଚଳିତ ଥର କିଏ ରାଷ୍ଟ୍ରପତି ହେବେ, ତାର ନିଷ୍ପତ୍ତି ଆମେରିକାର ସ୍ୱିଙ୍ଗ ଷ୍ଟେଟ୍ କରିବେ । ଟ୍ରମ୍ପ୍ ଭିସ୍କୋନସିନ ଏବଂ ମିଶିଗନରେ ଆଗରେ ରହୁଥିବା ଦେଖିବାକୁ ମିଳୁଛି । ଏହାସହ ଏରିଜୋନା, ଜର୍ଜିଆ, ନର୍ଥ କ୍ୟାରୋଲିନ, ପେନସିଲନଭିନିଆ, ମିଶିଗନ ଏବଂ ଭିସ୍କୋନସିନରେ ନିର୍ବାଚନ ପରିଣାମ କାହା ସପକ୍ଷରେ ମଧ୍ୟ ଯାଇପାରେ ।

କୁହାଯାଉଛି ଯେ ୨୭୦ର ମ୍ୟାଜିକ ନମ୍ୱର କିଏ ହାସଲ କରିବ ତାହା ଏହି ରାଜ୍ୟଗୁଡ଼ିକ ସ୍ଥିର କରିବେ । ସଦ୍ୟ ଅନୁମାନ ଅନୁସାରେ ବର୍ତ୍ତମାନ ଟ୍ରମ୍ପ ଏବଂ ହାରିସ୍ କେହି ମଧ୍ୟ ସ୍ପଷ୍ଟ ନମ୍ୱର ପାଉନାହାନ୍ତି । କମଲା ହାରିସଙ୍କ ନାଁ ଘୋଷଣା ପୂର୍ବରୁ ସବୁ ସର୍ଭେରେ ଟ୍ରମ୍ପ ଆଗରେ ରହୁଥିଲେ । ଏହାରି ଭିତରେ ଭାରତୀୟ ବଂଶୋଦ୍ଭବ ନେତା ସ୍ୱଦେଶ ଚାଟାର୍ଜୀ କହିଛନ୍ତି ଯେ ଆମେରିକାରେ ରହୁଥିବା ଭାରତୀୟ ସମୁଦାୟ ନଭେମ୍ୱର ୫ରେ ହେବାକୁ ଥିବା ନିର୍ବାଚନରେ ଉପରାଷ୍ଟ୍ରପତି ହାରିସଙ୍କୁ ଭୋଟ ଦେବା ପକ୍ଷରେ ନାହାନ୍ତି । କାରଣ ସିନେଟର କିମ୍ୱା କାଲିଫୋର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବେ ନିଜର ପୂର୍ବ ଭୂମିକାରେ ଭାରତୀୟ ସମୁଦାୟ ପାଇଁ କିଛି କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.