ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ, ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଫାଇନାଲ୍‌ରେ ଭାରତ

Published By : Prameya-News7 Bureau | December 06, 2024 IST

abp live

ନୂଆଦିଲ୍ଲୀ: ଭାରତ ୧୯ ବର୍ଷରୁ କମ ଏସିଆ କପ୍ ୨୦୨୪ର ଦ୍ଵିତୀୟ ସେମି ଫାଇନାଲ୍‌ରେ ଦମଦାର ପ୍ରଦର୍ଶନ କରିଛି। ସାରଜାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତ ୭ ଓ୍ଵିକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୬୭ ରନର ମ୍ୟାଚ୍ ବିଜୟୀ ଇନଂିସ ଖେଳିଛନ୍ତି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୨ ଓଭରରେ ୧୭୩ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୨୧.୪ ଓଭରରେ ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ହେଲେ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲା। ଦଳ ୪୬.୨ ଓଭରରେ ୧୭୩ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଲକବିନ ଅବେୟସିଙ୍ଘେ ୧୧୦ ବଲ୍‌ରୁ ୬୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶାରୁଜନ ୪୨ ରନ କରିଥିଲେ। ଏହା ବାଦ୍ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ଭାରତ ପକ୍ଷରୁ ଚେତନ ଶର୍ମା ଶାଣିତ ବୋଲିଂ ୩ଟି ଓ୍ଵିକେଟ୍ ନେଇଥିବା ଆୟୁଷ ମାହତ୍ରେ ଓ କିରଣଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି। 

Also read: ଟିମ୍ ଇଣ୍ଡିଆର ଗର୍ବ ଆଉ ଗୌରବ: ଜନ୍ମଦିନ ପାଳୁଛନ୍ତି ଷ୍ଟାର କ୍ରିକେଟର

ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ୨୧.୪ ଓଭରରେ ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। କ୍ରିକେଟ୍ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ବୈଭବ   ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୬ ବଲ୍‌ରୁ ୬ ଚୌକା ଓ ୫ ଛକା ଜରିଆରେ ୬୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଆୟୁଷ ମହାତ୍ରେ ୨୮ ବଲ୍‌ରୁ ୭ ଚୌକା ସହ ୩୪ ରନ କରିଛନ୍ତି। ଅଧିନାୟକ ମହମ୍ମଦ ଅମନା ୨୫  ଓ କେପି କାର୍ତ୍ତିକେୟ ୧୧ ରନ କରି ଅପରାଜିତ ଥିଲେ। ଏହି ବିଜୟ ସହ ଭାରତ ୧୯ ବର୍ଷରୁ କମ ଏସିଆ କପ୍ ଫାଇନାଲ୍‌ରେ ପ୍ରବେଶ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.