ନୂଆଦିଲ୍ଲୀ ୨୨/୦୫: ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ୍ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳ ୨୪ ଜୁନରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଗୋଟିଏ ଅଭ୍ୟାସ ସହ ପାଞ୍ଚଟି ଦିନିକିଆ ଓ ଦୁଇଟି ବହୁ-ଦିବସୀୟ ମ୍ୟାଚ୍ ଖେଳିବ । ଏହି ଗସ୍ତ ପାଇଁ ୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କୁ ଭାରତୀୟ ଦଳର ନେତୃତ୍ୱ ଦିଆଯାଇଛି । ସେହିଭଳି ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ବି ଚାନ୍ସ ମିଳିଛି । କାରଣ ବୈଭବ ଓ ଆୟୁଷ ଉଭୟ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ବିସିସିଆଇ (ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ) ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଏହି ଦଳର ଉପ-ଅଧିନାୟକ ଦାୟିତ୍ୱ ଅଭିଜ୍ଞାନ କୁଣ୍ଡୁଙ୍କୁ ଦିଆଯାଇଛି । ସେ ବି ଜଣେ ଓ୍ୱିକେଟକିପର । ଦ୍ୱିତୀୟ ୱିକେଟକିପର ଭାବରେ ଦଳରେ ରହିବେ ହରବଂଶ ସିଂହ । ଏହା ବ୍ୟତୀତ, ବିସିସିଆଇ ଦ୍ୱାରା ଷ୍ଟାଣ୍ଡବାଏ ଖେଳାଳିଙ୍କ ତାଲିକା ସାମ୍ନାକୁ ଆସିଛି । ଯେଉଁଥିରେ ଅଳଙ୍କୃତ ରାପୋଲଙ୍କୁ ଅନ୍ୟ ଏକ ୱିକେଟ କିପର ଭାବରେ ଚୟନ କରାଯାଇଛି।
କହିବାକୁ ଗଲେ ଆୟୁଷ ଓ ବୈଭବ ଉଭୟ IPL ୨୦୨୫ରେ ଧୂଆଁଦାର ଖେଳ ଖେଳିଛନ୍ତି । ଆୟୁଷ IPL ୨୦୨୫ର ୬ଟି ମ୍ୟାଚରେ ୨୦୨୬ରନ କରିଥିଲେ । ୩୪.୨୨ ହାରରେ ଷ୍ଟ୍ରାଇକ୍ ରେଟ୍ ଥିଲା ୧୮୭.୨୭ ଥିଲା। ୭ଟି ମ୍ୟାଚ୍ ବୈଭବ ସୂର୍ଯ୍ୟବଂଶୀ କରିଥିଲେ ୨୫୨ ରନ୍ । ଯେଉଁଥିରେ ତାଙ୍କର ଆଭରେଜ୍ ୩୬ ଥିବା ସହ ଷ୍ଟ୍ରାଇକ୍ ରେଟ୍ ଥିଲା ୨୦୬.୫୫ ।
ଦୁହିଁଙ୍କ ଭିତରେ ଥିଲା ତଗଡା କମ୍ପିଟେସନ । ପ୍ରକୃତରେ, ଦୁହେଁ ୧୯ ବର୍ଷରୁ କମ୍ କ୍ରିକେଟରେ ମଧ୍ୟ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଛନ୍ତି । ଗତ ବର୍ଷ, ଯେତେବେଳେ ଭାରତୀୟ କ୍ରିକେଟ ଦଳ ଏସୀୟ କ୍ରିକେଟ ପରିଷଦ ୧୯ ବର୍ଷରୁ କମ୍ ଏସିଆ କପରେ ଖେଳିଥିଲା । ଏଥିରେ ଉଭୟ ଖେଳାଳି ଇନିଂସ ଓପନ କରିଥିଲେ ।
ଟିମ୍ ଇଣ୍ଡିଆ U-19: ଆୟୁଷ ମାହାତ୍ରେ (ଅଧିନାୟକ), ବୈାଭବ ସୂର୍ଯ୍ୟବଂଶୀ, ବିହାନ ମଲହୋତ୍ରା, ମୌଲରାଜସିଂହ ଚାଭଡା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ (ଉପ-ଅଧିନାୟକ ତଥା ୱିକେଟ୍ କିପର), ହରବଂଶ ସିଂହ (ୱିକେଟ୍ କିପର), ଆର.ଏସ୍ ଆମ୍ବ୍ରିସ୍, କନିଷ୍କ୍ ଚୌହାନ, ଖିଲନ୍ ପଟେଲ, ହେନିଲ ପଟେଲ ଏନ୍ନ୍, ଆଦିତ୍ୟ ରାଣା, ଅନମୋଲଜିତ୍ ସିଂ ।