ତୀବ୍ର ହେଉଛି ବାଣିଜ୍ୟ ଯୁଦ୍ଧ, ଔଷଧ ଆମଦାନୀରେ ଟ୍ରମ୍ପଙ୍କ ୨୫% ଶୁଳ୍କ ଧମକ

Published By : Prameya-News7 Bureau | February 20, 2025 IST

ନୂଆଦିଲ୍ଲୀ ୨୦/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଦିନକୁ ଦିନ ଅଧିକ ଘନେଇ ଚାଲିଛି । ଷ୍ଟିଲ୍‌ ଏବଂ ଆଲୁମିନିୟମ ପରେ ଏବେ ଟ୍ରମ୍ପ ଅଟୋମୋବାଇଲ, ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନିରେ ୨୫% କିମ୍ବା ଅଧିକ ଶୁଳ୍କ କଷିବାକୁ ଧମକ ଦେଲେଣି । 

ଏପ୍ରିଲ ୨ରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ବୁଧବାର ଘୋଷଣା କରିଛନ୍ତି । ଯଦି ଏହା ହୁଏ ତେବେ ଆମେରିକାର ଔଷଧ ବଜାରରେ ବଡ଼ ଉପସ୍ଥିତି ଥିବା ଭାରତୀୟ କମ୍ପାନିଗୁଡ଼ିକ ମୁଣ୍ଡରେ ପଡ଼ିବ ଚଡ଼କ । କାରଣ ସେଠାକୁ ୪୭% ଔଷଧ ଯୋଗାଇଥାନ୍ତି ଭାରତୀୟ କମ୍ପାନି । ଏହି ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତୀୟ ଫାର୍ମା କମ୍ପାନିଙ୍କ ଖର୍ଚ୍ଚ ବଢ଼ିବା ସହ ସେମାନଙ୍କ ଲାଭ ପ୍ରଭାବିତ ହେବ । କାରଣ ସେମାନଙ୍କ 

ଉତ୍ପାଦ ଲାଗି ଆମେରିକା ଏକ ବଡ଼ ବଜାର । 

ସେଠାକାର ବଜାରରେ ଭାରତୀୟ ଫାର୍ମା କମ୍ପାନିଙ୍କ ପ୍ରତିସ୍ପର୍ଦ୍ଧା କମିବ । ଭାରତୀୟ ଫାର୍ମା ଉତ୍ପାଦର ଏକ ବଡ଼ ଆମଦାନିକାରୀ ହେଲା ଆମେରିକା । ଆମେରିକାରୁ ବୃହତ୍‌ ରାଜସ୍ୱ ହାସଲ କରିଥାନ୍ତି ଭାରତୀୟ ଔଷଧ କମ୍ପାନି । ୨୦୨୩-୨୪ ଆର୍ଥିକବର୍ଷରେ ୟୁଏସ୍‌କୁ ଭାରତୀୟ ଫାର୍ମା ରପ୍ତାନି ପରିମାଣ ରହିଥିଲା ୮୭୩ କୋଟି ଡଲାର । ଆଲୋଚ୍ୟ ଆର୍ଥିକବର୍ଷରେ ଶିଳ୍ପର ମୋଟ ରପ୍ତାନିରେ ଆମେରିକାକୁ ରପ୍ତାନି ପରିମାଣ ପ୍ରାୟ ୩୧% ରହିଥିଲା । 

ଆମେରିକାରେ ଶସ୍ତାରେ ମାନଯୁକ୍ତ ଔଷଧ ଯୋଗାଇବାରେ ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେଠାକାର ରୋଗୀମାନଙ୍କ ପାଇଁ ଭାରତ ପ୍ରାୟ ୪୭% ଔଷଧ ଯୋଗାଉଛି । ଅର୍ଥନୀତିଜ୍ଞଙ୍କ ମତରେ, ଔଷଧ ଉପରେ ୨୫% କିମ୍ବା ଅଧିକ ଶୁଳ୍କ ଲାଗୁ ହେବା ଦ୍ୱାରା ଭାରତ ବଡ଼ ଆକାରରେ ପ୍ରଭାବିତ ହେବ । ସନ୍‌ଫାର୍ମା, ଡକ୍ଟର ରେଡ୍ଡି, ସିପ୍‌ଲା, ଅରୋବିନ୍ଦ ଫାର୍ମା, ବାୟୋକନ୍‌, ଲୁପିନ୍‌ ଏବଂ ଗ୍ଲେନ୍‌ମାର୍କ ଫାର୍ମା ଭଳି ଭାରତୀୟ କମ୍ପାନିଗୁଡ଼ିକର ଆମେରିକାରେ ବଡ଼ ଉପସ୍ଥିତି ରହିଛି । 

କମ୍ପାନିଗୁଡ଼ିକର ମୋଟ ରାଜସ୍ୱରୁ ଆମେରିକାରୁ ଆସୁଛି ୩୦ରୁ ୪୫% । ଟ୍ରମ୍ପଙ୍କ ଘୋଷଣା ପରେ ଏସବୁ କମ୍ପାନି ଏବେ ଚିନ୍ତାରେ । ଭାରତର ସୁଲଭ ଔଷଧ ଯୋଗୁ ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃହତ୍‌ ସଞ୍ଚୟ ହେଉଛି । ଅର୍ଥନୀତିଜ୍ଞମାନଙ୍କ କହିବାନୁସାରେ, ଯଦି ଶୁଳ୍କ ଲାଗୁ ହୁଏ ତେବେ ଆମେରିକା ବି ବର୍ତ୍ତିବନି । 

ଭାରତର ସୁଲଭ ଔଷଧ ଯୋଗୁ ଆମେରିକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବୃହତ୍‌ ସଞ୍ଚୟ ହେଉଛି । ଅର୍ଥନୀତିଜ୍ଞମାନଙ୍କ କହିବାନୁସାରେ, 

ଯଦି ଶୁଳ୍କ ଲାଗୁ ହୁଏ ତେବେ ଆମେରିକା ବି ବର୍ତ୍ତିବନି । ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ଏହି ମାମଲାର  ସମାଧାନ ହେବା ଦରକାର ।  ଫାର୍ମା ଉପରେ ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ପରେ  ନିଫ୍‌ଟି ଫାର୍ମାରେ ୧୦% ହ୍ରାସ ଦେଖିବାକୁ ମିଳିଛି । ଔଷଧ  କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ବଡ଼ ଆକାରରେ ଖସିଛି । 

ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ବର୍ତ୍ତମାନ ଏହି ପ୍ରସଙ୍ଗ  ଉପରେ ଅନୁଧ୍ୟାନ କରୁଛନ୍ତି ଏବଂ ସମ୍ଭାବ୍ୟ କ୍ଷତିକୁ ନିୟନ୍ତ୍ରଣ  କରିବାକୁ ରଣନୀତିକୁ ପରଖୁଥିବା ଜଣାପଡ଼ିଛି ।  ତେବେ ଭାରତ ଆମେରିକାକୁ ମାତ୍ର ୦.୨%  କାର ରପ୍ତାନି କରୁଥିବାରୁ ଅଟୋମୋବାଇଲ ଉପରେ  ଘୋଷଣା କରାଯାଇଥିବା ଆମଦାନି ଶୁଳ୍କର ସେଭଳି ବଡ଼  ଧରଣର ପ୍ରଭାବ ଭାରତ ଉପରେ ପଡ଼ି ନ ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରକାଶଯୋଗ୍ୟ, ଯେସାକୁ ତେସା ଶୁଳ୍କ ନୀତି ମାଧ୍ୟମରେ ଟ୍ରମ୍ପ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ମୋଟା ଶୁଳ୍କ ଲଦିବାକୁ ଘୋଷଣା କରିଆସୁଛନ୍ତି । 

ଯିଏ ଯେତିକି ଶୁଳ୍କ ଲଗାଇବ,  ଆମେରିକା ବି ସମାନ ମାତ୍ରାରେ ଶୁଳ୍କ କଷିବ ବୋଲି ସେ  କହିଛନ୍ତି । ପୂର୍ବରୁ ଚୀନ୍‌ ଉପରେ ୧୦%ର ଅତିରିକ୍ତ ଶୁଳ୍କ  ଲଦିସାରିଛି ଆମେରିକା । ଏହା ସହିତ କାନାଡ଼ା ଏବଂ ମେକ୍ସିକୋ ଉପରେ ୨୫% ଶୁଳ୍କ ଘୋଷଣା କରି ଏହାକୁ ମାର୍ଚ୍ଚ ୪ ଯାଏ ସ୍ଥଗିତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ରାଷ୍ଟ୍ରଗୁଡ଼ିକୁ ଆମେରିକାରେ ଫ୍ୟାକ୍ଟ୍ରି ଖୋଲିବା ପାଇଁ କହି ଆସୁଛନ୍ତି । ସେ କହିଛନ୍ତି ଯେ,  ଆମେରିକାରେ କାରଖାନା ଖୋଲିଲେ ହିଁ ଶୁଳ୍କ ବାଣରୁ  ରାଷ୍ଟ୍ରଗୁଡ଼ିକ ବର୍ତ୍ତିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.