ନୂଆଦିଲ୍ଲୀ: ଭାରତରେ ବାଘଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଦେଶରେ ୩ ହଜାର ୧୬୭ଟି ମହାବଳ ବାଘ ରହିଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ସେନସସ୍ ରିପୋର୍ଟ ପ୍ରକାଶ କରିଛନ୍ତି। ଭାରତ କେବଳ ବାଘଙ୍କୁ ସଂରକ୍ଷଣ ଦେବାରେ ସକ୍ଷମ ନୁହେଁ ବରଂ ବଂଶ ବୃଦ୍ଧି କରିବାରେ ମଧ୍ୟ ସଫଳତା ପାଇଛି ।
{"id":770226,"sizeSlug":"full","linkDestination":"none"}ଟାଇଗର ପ୍ରୋଜେକ୍ଟର ୫୦ବର୍ଷ ପୂର୍ତ୍ତି ଅବସରରେ ଅମୃତ କାଳରେ ଟାଇଗର୍ ଭିଜନ୍ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଟାଇଗର ସେନସସ୍ ରିପୋର୍ଟ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୨ ବାଘ ଗଣନା ଅନୁଯାୟୀ, ଭାରତରେ ବାଘ ସଂଖ୍ୟା ୩ହଜାର୧ଶହ ୬୭ ପହଞ୍ଚିଛି । ବିଶ୍ବର ମୋଟ୍ ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି । ୨୦୧୮ରେ ଦେଶରେ ବାଘ ସଂଖ୍ୟା ୨,୯୬୭ ଥିବା ବେଳେ ଗତ ୪ବର୍ଷରେ ଏହି ସଂଖ୍ୟା ୨ଶହ ବଢିଛି ।
{"id":770225,"sizeSlug":"full","linkDestination":"none"}ଟାଇଗର ପ୍ରୋଜେକ୍ଟର ୫୦ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ମୁଦ୍ରା ଉନ୍ମୋଚିତ କରିବା ସହ ଇଣ୍ଟରନାସନାଲ୍ ବିଗ୍ କ୍ୟାଟସ୍ ଆଲିଆନ୍ସ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏଥିରେ ବିଭିନ୍ନ ଦେଶରୁ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ବିଶ୍ବର ୭ ପ୍ରଜାତିର ବାଘ ବଂଶର ସୁରକ୍ଷା ଏବଂ ସଂରକ୍ଷଣ ଲାଗି IBCA କାମ କରିବ । ବାଘ ଏବଂ ସିଂହ ସହ ଭାରତ କିଭଳି ବନ୍ୟପ୍ରାଣୀଙ୍କ ସୁରକ୍ଷା , ସଂରକ୍ଷଣ ଏବଂ ବଂଶ ବିସ୍ତାର ଦିଗରେ ପଦକ୍ଷେପ ନେଇଛି ସେ ସମ୍ପର୍କରେ ମୋଦି କହିଛନ୍ତି । ପ୍ରକୃତିର ସୁରକ୍ଷା ଭାରତୀୟ ସଂସ୍କୃତିର ଅଭିନ୍ନ ଅଙ୍ଗ । ସାରା ବିଶ୍ବରେ ବନ୍ୟପ୍ରାଣୀ ସୁରକ୍ଷାରେ ଭାରତ ଏକ ଅଗ୍ରଣୀ ଦେଶ ପାଲଟିଥିବା ମୋଦି କହିଛନ୍ତି।
wp:html/wp:htmlMysuru: PM Modi launches International Big Cats Alliance on Commemoration of 50 years of 'Project Tiger'
— ANI Digital (@ani_digital) April 9, 2023
Read @ANI Story | https://t.co/u9Z2yUWB7W#PMModi #Mysuru #InternationalBigCatsAlliance #Karnataka #ProjectTiger pic.twitter.com/N7eQQXnKrN
ଏହି ଅବସରରେ କର୍ଣ୍ଣାଟକର ବନ୍ଦିପୁର ଟାଇଗର ରିଜର୍ଭ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନୂଆ ଲୁକ୍ରେ ଦେଖିବାକୁ ମିଳିଛି । ଖୋଲାଜିପ୍ ରେ ଜଙ୍ଗଲ ସଫାରୀ ବୁଲିଛନ୍ତି ପ୍ରଧାନମନ୍ତ୍ରୀ । ମୁଣ୍ଡରେ ଥିଲା ହ୍ୟାଟ୍, ମାଟିଆ ଟ୍ରାଉଜର ଏବଂ ଟି ସାର୍ଟ ପିନ୍ଧି ମୋଦି ତାମିଲନାଡୁ ସୀମାବର୍ତ୍ତୀ ମୁଦୁମଲଇ ନାସନାଲ୍ ପାର୍କ ପରିଦର୍ଶନ କରିଥିଲେ । ପ୍ରକୃତିର ଶୋଭାକୁ ଉପଭୋଗ କରିବା ସହ କିଛି ଫଟୋ କ୍ଲିକ୍ କରିଥିଲେ । ଏହାପରେ ଥେପାକଡ୍ଡୁ ଏଲିଫ୍ୟାଣ୍ଟ କ୍ୟାମ୍ପ ମଧ୍ୟ ବୁଲିଥିଲେ ପ୍ରଧାନମନ୍ତ୍ରୀ । ହାତୀକୁ ଆଖୁ ଖାଇବାକୁ ଦେଇଥିଲେ ।
wp:html/wp:html#WATCH | Karnataka: The Elephant Whispers documentary that won an Oscar also reflects our legacy of the wonderful relationship between nature and creatures. I urge you (foreign dignitaries) to take something from the life and tradition of our tribal society: PM Narendra Modi pic.twitter.com/PZFgN2kpQj
— ANI (@ANI) April 9, 2023