ସାମ୍ବାଦିକଙ୍କୁ ହତ୍ୟା ଘଟଣା, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ବିଜାପୁର ପୋଲିସ

Published By : Prameya-News7 Bureau | January 04, 2025 IST

Breaking_1

ମାଲକାନଗିରି ୦୪।୦୧ : ଛତିଶଗଡ଼ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର ହତ୍ୟା ଘଟଣା । ଏହି ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ରାସ୍ତା କାମରେ ହୋଇଥିବା ଦୁର୍ନୀତି ପର୍ଦ୍ଦାଫାସ କରିଥିଲେ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର । 

ଖବର ଅନୁଯାୟୀ,  ମୁକେଶ ଚନ୍ଦ୍ରାକାର ଛତିଶଗଡ଼ର ଜଣେ ଜଣାଶୁଣା ସାମ୍ବାଦିକ । ଅନେକ ଜାତୀୟ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରିଥିବା ବେଳେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଲାଲ୍‌ଗଡ଼ରେ ଜଣେ ସାହାସୀ ରିପୋର୍ଟର ଥିଲେ ମୁକେଶ ଚନ୍ଦ୍ରାକାର । ମାଓ ଇଲାକାର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାରମାନେ ଆଦିବାସୀ ଲୋକଙ୍କୁ କିପରି ଭାବେ ଠକୁଛନ୍ତି । ତାହାର ପର୍ଦ୍ଦାଫାସ କରିଥିଲେ ମୁକେଶ । ଗାଙ୍ଗାଲୁର ଅଞ୍ଚଳର ଏକ ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଠିକାଦାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ମୁକେଶ । ଗତ ୧ ତାରିଖରୁ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଶନିବାର ଦିନ ମୁକେଶଙ୍କ ମୃତଦେହ ଏକ ଠିକାଦାରଙ୍କ ଠିକା କ୍ୟାମ୍ପର ପାଇଖାନା ଟାଙ୍କିରୁ ମିଳିଥିଲା । ଏହାପରେ ପରିବାରକୁ ନ୍ୟାୟ ଦାବିରେ ସ୍ଥାନୀୟ ସାମ୍ବାଦିକମାନେ ଧାରଣା ବି ଦେଇଥିଲେ । ତେବେ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି । 

ଖବର ପ୍ରସାରଣ କରିବା ହେଲା କି କାଳ, ପାଇଖାନା ଟାଙ୍କିରୁ ମିଳିଲା ସାମ୍ବାଦିକଙ୍କ ମୃତଦେହ

 

  • Malkangiri
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.