ବଡ଼ଧରଣର ଲୁଟ୍, ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ କାଗଜପତ୍ର

Published By : Prameya-News7 Bureau | January 04, 2025 IST

ରାଉରକେଲା ୦୪।୦୧ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ବଡ଼ଧରଣର ଲୁଟ୍ । ବେଦବ୍ୟାସରେ ଥିବା ହୁଣ୍ଡାଇ ସୋରୁମ୍‌ର ୨ଜଣ ସିକ୍ୟୁରିଟିଙ୍କୁ ବାନ୍ଧି ୪ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବନ୍ଧୁକ ଦେଖାଇ ଲକରରୁ ଲୁଟ୍ କରିଛନ୍ତି । ଲକରରେ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଏବଂ  ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ଲୁଟ ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ, ରାଉରକେଲା ସହରର ବେଦବ୍ୟାସରେ ଥିବା ହୁଣ୍ଡାଇ ସୋ ରୁମ୍‌ରେ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଥିବା ବେଳେ ମୁଖା ପିନ୍ଧି ୪ ଜଣ ଦୁର୍ବୃତ୍ତ ପିଶିଥିଲେ। ପ୍ରଥମେ ସିକ୍ୟୁରିଟିଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ସୋରୁମ୍‌ର ଅନ୍ୟ ଲୋକଙ୍କୁ ଆତଙ୍କିତ କରାଇଥିଲେ । ଏହା ପରେ ସୋରୁମ୍‌ର ଲକରରୁ ୨ ରୁ ୩ ଲକ୍ଷ ନଗଦ ଟଙ୍କା ସହ କ୍ରେଡିଟ କାର୍ଡ ଓ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଲୁଟି ନେଇଥିଲେ । ଏନେଇ ସୋରୁମ୍‌ର କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଘଟଣାର ତଦନ୍ତ ଜାରି ରଖିଛି।  

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.